ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ସମ୍ମୁଖରେ ଫାର୍ମାସିଷ୍ଟ ବିନା, ମାଳ ମାଳ ଔଷଧ ଦୋକାନ : ଭଡ଼ା ସୂତ୍ରରେ ଲାଗିଛି ଫାର୍ମାସିଷ୍ଟ ସାର୍ଟିଫିକେଟ


ଜଳେଶ୍ଵର,୧୩/୬(ଜଗନ୍ନାଥ ଗୋଛାୟତ)ଜଳେଶ୍ବର ସୀମାନ୍ତ ଅଞ୍ଚଳ ଜଳେଶ୍ଵର ବ୍ଲକରେ ଜୀବନ ରେଖା ଭାବେ ପରିଚିତ ଜିକେ ଭଟର ହସ୍ପିଟାଲ୍ । ଏଠାରେ ପ୍ରତିଦିନ ସହଶହ ରୋଗି ଚିକିତ୍ସା ପାଇଁ ଆସିଥାନ୍ତି । ରୋଗୀଙ୍କ ଚିକିତ୍ସା ଲାଗି ପ୍ରେସକିପ୍ସନ ଅନୁସାରେ ଅନେକ ପ୍ରକାରର ଔଷଧ ଆବଶ୍ୟକ ହୋଇଥାଏ। ଚିକିତ୍ସାଳୟ ପକ୍ଷରୁ କିଛି ପରିମାଣରେ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ତାହା ପୁଣି ରୋଗୀଙ୍କୁ ନିଅଣ୍ଟ । ଏପରିକି ଚିକିତ୍ସାଳୟ ପରିସରରେ ନିରାମୟ କେନ୍ଦ୍ରରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ ନାହିଁ। ଏହାର ସୁଯୋଗ ନେଇ ହସ୍ପିଟାଲ୍ ସମ୍ମୁଖରେ ବହୁ ଔଷଧାଳୟ ଖୋଲାଯାଇ ପ୍ରେସକିପ୍ସନ ଅନୁସାରେ ଔଷଧ ବିକ୍ରି ହୋଇଥାଏ ।ଜଳେଶ୍ଵର ସହରରେ ଶହଶହ ଔଷଧ ଦୋକାନ ଖୋଲିଥିବା ବେଳେ ବହୁ ଔଷଧ ଦୋକାନ ବିନା ଫାର୍ମାସିଷ୍ଟରେ ଚାଲିଥିବା ଅଭିଯୋଗ ହେଉଛି । ଲୋକଙ୍କ ଜୀବନକୁ ତାଛଲ୍ୟ କରି ଫାର୍ମାସିଷ୍ଟଙ୍କ ବଦଳରେ ଅନଭିଜ୍ଞ ବ୍ୟକ୍ତି ଔଷଧ ଦୋକାନରେ ଔଷଧ ବିତରଣ କରୁଥିବା ବେଳେ ଏ‌ହାକୁ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନ ଥିବା ଅଭିଯୋଗ ହେଉଛି । ସମ୍ପୃକ୍ତ ଅଞ୍ଚଳରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲିବା ଫଳରେ ରୋଗୀ ଓ ସମ୍ପର୍କୀୟ ଔଷଧ କ୍ରୟ ସମୟରେ ଅଧିକରୁ ଅଧିକ ରିହାତି ଦେବାର ଲକ୍ଷ୍ୟ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତିଵ୍ର ପ୍ରତିଦ୍ୱନ୍ଦିତା ହେଉଥିବା ଦେଖବାକୁ ମିଳୁଛି । ଏପରିକି ଡାକ୍ତର ଲେଖିଥିବା ଔଷଧ ଚିଠା ବଦଳରେ କେତେକ ଅନଭିଜ୍ଞ ଔଷଧ ବ୍ୟବସାୟୀମାନେ ବିକଳ୍ପ ଔଷଧ ଦେଉଛନ୍ତି । କେତେକ ମୁନାଫାଖୋର ଡାକ୍ତର ଅଧିକ ଅର୍ଥ ଲୋଭରେ ନିମ୍ନମାନର ଔଷଧ ଲେଖିବାର ଅଭିଯୋଗ ହେଉଛି। ଔଷଧ ଦୋକାନ ଖୋଲିବା ନିମନ୍ତେ ଆବଶ୍ୟକ ନଥିପତ୍ର ଦାଖଲ କରି ଡ୍ରଗସ ଇନ୍ସପେକ୍ଟରଙ୍କ ଠାରୁ ଲାଇସେନ୍ସ ଆଣୁଛନ୍ତି । ମାତ୍ର ପ୍ରତ୍ୟେକ ଔଷଧ ଦୋକାନରେ ଫାର୍ମାସିଷ୍ଟ ଗ୍ରାହକଙ୍କୁ ଔଷଧ ଦେବା ନିୟମ ରହିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି । କେତେକ ଔଷଧ ଦୋକାନୀ ଫାର୍ମାସିଷ୍ଟ ପାଠ ପଢିଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସାର୍ଟିଫିକେଟକୁ ମାସିକ ଭଡ଼ା ସୁତ୍ରରେ ଆଣି ଦୋକାନ ଚଳାଉଥିବା ଜଣାପଡିଛି । ଔଷଧ ଦୋକାନର ମାଲିକ କିଏ ଓ କାହା ନାମରେ ଫାର୍ମାସିଷ୍ଟ ସାର୍ଟିଫିକେଟ ଅଛି ଔଷଧ ବିଚରଣ କିଏ କରୁଛି ଏହା ତଦନ୍ତ ନିହାତି ଅପରିହାର୍ଯ୍ୟ ହୋଇପଡିଛି। ପଶ୍ଚିମବଙ୍ଗ ସୀମା ନିକଟବର୍ତୀ ହୋଇଥିବାରୁ କଲିକତାର ବହୁ ନକଲି ଓ ନିଷିଦ୍ଧ ଔଷଧ ଏଠାରେ ଉପଲବ୍ଧ ହେଉଥିବା ଅଭିଯୋଗ ହେଉଛି। ଜଳେଶ୍ବର ଅଞ୍ଚଳର କେତେକ ଅସାଧୁ ବ୍ୟବସାୟୀ ଅତି ଅଳ୍ପ ଦିନରେ ଏହି ନକଲି ଔଷଧ ବେପାର କରି କୋଟିପତି ହୋଇ ବହୁତଳ ପ୍ରାସାଦ ନିର୍ମାଣ କରିଚାଲିଛନ୍ତି। ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ କିଛି ଅସାଧୁ ଔଷଧ ବ୍ୟବସାୟ ଙ୍କ ଯୋଗୁଁ ରୋଗୀ ମରଣ ମୁହଁକୁ ଠେଲି ହୋଇଯିବା ନିଶ୍ଚିତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଜଳେଶ୍ଵର ବ୍ଲକ ଅଞ୍ଚଳରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମରୁଡି ଔଷଧ ନିଅଣ୍ଟ ଯୋଗୁଁ ଘରୋଇ ଚିକିତ୍ସାଳୟ ଓ ଔଷଧ ଦୋକନା ଗୁଡ଼ିକ ସ୍ୱେଚ୍ଛାଚାରୀ ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଔଷଧାଳୟରେ ନିୟମିତ ଚଢ଼ାଉ କରି ଗଛିତ ଔଷଧ ମାନ ସମୟ ସୀମା ଓ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ବୁଦ୍ଧି ଜୀଵି ମହଲରେ ଦାବି ହେଉଛି।

Post a Comment

Previous Post Next Post