ଶରଧା ବାଲି ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ରକ୍ତଦାନ ଶିବିର


ଜଳେଶ୍ବର, ୬/୬(ଜଗନ୍ନାଥ ଗୋଛାୟତ): ରେଳ ଦ୍ରୁଘଟଣାରେ ମର୍ମାହତ ଯାତ୍ରୀମାନଙ୍କ ଆରୋଗ୍ୟ ଉଦ୍ଧେଶ୍ୟରେ ବାହାନଗା 
ଶରଧା ବାଲି ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ- ଆମ ଓଡ଼ିଶା ମିଳିତ ସହଯୋଗରେ କ୍ଲବ ପରିସରେ ଅନୁଷ୍ଠିତ ହୋଇଥିଲା। ବାହାନଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ଏବଂ ଯୁବ ପରିସଦ ସଭାପତି ଶରତ ରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ମହେଶ କୁମାର ବିଶ୍ବାଳ, ପରିଷଦର ସମ୍ପାଦକ କିଶୋର ଚନ୍ଦ୍ର ଦାଶ, ଶ୍ୟାମସୁନ୍ଦର ରାଉତ, ଦେବାନନ୍ଦ ମଲ୍ଲିକ ଓ ସୁଧାକର ମଲ୍ଲିକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ବିଶ୍ୱାଳଙ୍କ ନେତୃତ୍ୱରେ ନର୍ସିଂ ଅଫିସର ସ୍ୱାତୀ ସୂଚରିତା ରାଜ, ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଜଗନ୍ନାଥ ପଣ୍ଡା, ସତ୍ୟବତ୍ର ଦାଶ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବସନ୍ତ ସାହୁ, ଅନିକେତ ଦାସ, ମଳୟ କୁମାର ମହାନ୍ତି, ଅଙ୍କିତ ଦାସ, ସବ୍ୟସାଚୀ ବେହେରା, ସମ୍ବାଦ ବାହାନଗା ପ୍ରତିନିଧି ଭଗବାନ ଦାସ, ସୋର ସମ୍ବାଦ ପ୍ରତିନିଧି ଅଭୟ ପତ୍ରି ଓ ସମ୍ବାଦ ଉତ୍ତର ଓଡ଼ିଶାର ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ।

Post a Comment

Previous Post Next Post