ପ୍ରଚଣ୍ଡ ତାପମାତ୍ରା ବୃଦ୍ଧି ଯୋଗୁଁ, ପଥଚାରୀ ମାନଙ୍କର ତୃଷ୍ଣାକୁ ମେଣ୍ଟେଇ ଆଶିର୍ବାଦ ସାଉଁଟିଲେ ହେଲ୍ପ ଫର ୟୁ ଫାଉଣ୍ଡେସନ


ଜଳେଶ୍ଵର,୬/୬(ଜଗନ୍ନାଥ ଗୋଛାୟତ)ଜଳ ହିଁ ଜୀବନ।ପ୍ରବଳ ଗୁଳୁଗୁଳି କୁ ପ୍ରଖର ତାପ ମାତ୍ରା। ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ରୁ ପଶ୍ଚିମ ବାଡ଼ ରାସ୍ତାରେ ନନ୍ଦିକା ବାଇ ପାସ୍ ଠାରେ ଆଜି ହେଲ୍ପ ଫର ୟୁ ଫାଉଣ୍ଡେସନ ପରିବାର ତରଫରୁ ପଥଚାରୀ ମାନଙ୍କୁ ତଥା କୁନି କୁନି ପିଲା ଓ ବୃଦ୍ଧ,ବୃଦ୍ଧା ବାପା ମାଆଙ୍କୁ ଅଧିକ ତାପ ମାତ୍ରା ବୃଦ୍ଧି ହେତୁ ଆଜି ‌ଲେମ୍ବୁପାଣି, ଦହି ସରବତ, କାକୁତି, ତରଭୁଜ ପ୍ରଦାନ କରାଯାଇଛି। ପୂର୍ବ ସୋମବାର ଭଳି ଏ ସୋମବାର ରେ ମଧ୍ୟ ପାଖାପାଖି ପାଞ୍ଚ ହଜାର ପଥଚାରୀ ଏହା ସେବନ କରି ଆତ୍ମ ସନ୍ତୋଷ ଲାଭ କରି ହେଲ୍ପ ଫର ୟୁ ଫାଉଣ୍ଡେସନ ଦୀର୍ଘ ଯିବି କାମନା କରି ‌ସଙ୍ଗଠନ ର ପିଲାମାନଙ୍କୁ ଆଶିର୍ବାଦ ଦେଇଛନ୍ତି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ପଥ ଚାରି ମାନେ ଥକି ପଡି ନନ୍ଦିକା ପୋଲ ତଳେ ଛାଇରେ କିଛି କ୍ଷଣ ପାଇଁ ବିଶ୍ରାମ କରନ୍ତି ଅପର ପକ୍ଷରେ ପ୍ରଚଣ୍ଡ ତାପମାତ୍ରା କୁ ଥଣ୍ଡା ଲେମ୍ବୁପାଣି ଓ ଦହି ସରବତ ପିଇ ପଥିକ ମାନେ ଆତ୍ମ ସନ୍ତୋଷ ଲାଭ କରିଥିଲେ। ଏହି ମହାନ କାର୍ଯ୍ୟ ସଙ୍ଗଠନ ର ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ସମ୍ଭବ ହୋଇ ଥିବା ବେଳେ ଏହି ପରି ମହାନ କାର୍ଯ୍ୟକୁ ବୁଦ୍ଧି ଯିବି ମହଲରେ ବେଶ ପ୍ରଶଂସା କରାଯାଇଛି। କଥାରେ ଅଛି ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ।

Post a Comment

Previous Post Next Post