ଦିବସରେ ବସ୍ତାଅଞ୍ଚଳରୁ ୬ ବାଳ ଶ୍ରମିକ ଉଦ୍ଧାର


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ଙ୍କ ତତ୍ତ୍ଵାବଧାନରେ ସୋମବାର ବସ୍ତା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ ହୋଇ ଛଅ ଜଣ ବାଳ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ଏହାପରେ ସେହି ପିଲାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ରେ ହସ୍ତାନ୍ତର କରାଯାଇ ଅଛି। ଏହି ଚଢ଼ାଉରେ ଏଏଲ୍ ଓ  ଏସ ଏସ ସାମଲ, ଗୋପାଳ କର, ସେକ୍ରେଟାରୀ ବି ଏ ଡି ସି, ମୁକ୍ତିକାନ୍ତ ପଣ୍ଡା, ଏଲ ପି ଓ, ଡି ସି ପି ଇଉ, ପ୍ରଶାନ୍ତ କୁମାର ରାଉତ,ଜିଲ୍ଲା ମୁଖ୍ୟ, ଚାଇଲ୍ଡ ଲାଇନ, ବାଲେଶ୍ଵର, ଉତ୍ତମ କୁମାର ନାୟକ, ଟିମ୍ ମେମ୍ବର, ଚାଇଲ୍ଡ ଲାଇନ, ମିନତି ପାତ୍ର ଓ ବର୍ଷା ମହାରଣା, ବାଲେଶ୍ୱର ୱାନଷ୍ଟପ୍ ସେଣ୍ଟର, ପାର୍ଥ ସାରଥି ଦାସ ଇତ୍ୟାଦି ସାମିଲ ଥିଲେ।

Post a Comment

Previous Post Next Post