ପଲସଦା ଗ୍ରାମପଞ୍ଚାୟତରେ ଜାତୀୟ ପତାକାକୁ ଅସମ୍ନାନ


ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମପଞ୍ଚାୟତରେ ଜାତୀୟ ପତାକାକୁ ଅସମ୍ନାନ କରୁଥିବା ଦେଖିବାକୁ ମିଳିଛି। ସୂଚନା ମତେ କିଛି ମାସ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହର ଘର ତ୍ରିରଙ୍ଗା ନାମରେ ପ୍ରତ୍ୟେକ ଭାରତୀୟଙ୍କ ଘରେ ସମସ୍ତ ସରକାରୀ ବେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସମ୍ମାନର ସହିତ ଜାତୀୟ ପତାକା ଲଗେଇ ନିଜକୁ ଭାରତୀୟ ବୋଲି ପରିଚୟ ଦେବା ପାଇଁ ଓ ନିଜ ସ୍ୱାଧୀନତାକୁ ମନେ ପକେଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସମସ୍ତ ଭାରତୀୟ ମାନି ନିଜ ଘରେ କାର୍ଯ୍ୟାଳୟରେ ଲଗେଇ ଥିଲେ । କିନ୍ତୁ ବର୍ତ୍ତମାନ ବି ସେହି ଲଗେଇ ଥିବା ପତାକାକୁ ନ କାଢ଼ି ଅସମ୍ମାନର ସହ ପଲସଦା ଗ୍ରାମପଞ୍ଚାୟତରେ ରହିଛି। ପ୍ରତି ଦିନ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀ ଏବଂ ଉପରୋକ୍ତ ଅଧିକାରୀ ମାନେ ଆସିଥାନ୍ତି ହେଳେ ତାଙ୍କର ମଧ୍ୟ ଦୃଷ୍ଟି ପଡୁନି ଯାହା ଫଳରେ ଆଜିବି ସେମିତି ଅସମ୍ମାନର ସହ ପଡ଼ି ରହିଛି। ତେଣୁକରି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ ।

Post a Comment

Previous Post Next Post