ବାଲେଶ୍ବର ୨୧/୫(ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜିଲ୍ଲା ରକ୍ତଦାତା ସଂଘର ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଓ ଦ୍ବିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଆଜି ଅପରାହ୍ନରେ ସ୍ଥାନୀୟ ଓଡେଶା ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କମଲ ଚକ୍ରବର୍ତ୍ତୀଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଛି ।ସାଧାରଣ ସଂପାଦକ ଇଂ ଡଃ ହୃଷିକେଶ ସାହୁ ବିଗତ ଦୁଇ ବର୍ଷରେ ସଂଘ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ, ଭବିଷ୍ୟତ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଂକ ମଧ୍ୟରେ କବି ପ୍ରଶାନ୍ତ ଦାସ, ଇଂ ବନମାଳି ନାୟକ,ବିଜୟ ପାତ୍ର, ଦୁକୂଲ ଘଡେଇ, ଗୌରାଂଗ ପଣ୍ତା, ନିରଂଜନ ପରିଡା, ଅଜିତ କୁମାର ମହାନ୍ତି, ସୁମନ୍ତ କୁମାର ଜେନା, ସିତାଂଶୁ ପ୍ରଧାନ, ବଂଶୀଧର ବାରିକ ପ୍ରମୁଖ ସାଂଗଠନିକ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।ନିର୍ବାଚନ ଅଧିକାରୀ ସଂଘର ବରିଷ୍ଠ ଉପଦେଷ୍ଟା ରବି ରାଉତ ସଂଗଠନର ନୂତନ କର୍ମକର୍ତ୍ତାଂକର ନାମ ଘୋଷଣା କରିଥିଲେ ।ନୂତନ କର୍ମକର୍ତ୍ତା ଭାବରେ ସଭାପତି‐କମଲ ଚକ୍ରବର୍ତ୍ତୀ, ଉପ ସଭାପତି‐ସୁବ୍ରତ କୁମାର ରଣା,ବିଜୟ କୁମାର ପାତ୍ର,ଲକ୍ଷ୍ମୀଧର ବାରିକ,ସୁମନ୍ତ କୁମାର ଜେନା,ସାଧାରଣ ସଂପାଦକ‐ ଇଂ ଡ. ହୃଷିକେଶ ସାହୁ, ସଂପାଦକ ‐ ବିଶ୍ବଜିତ ଘୋଷ, ରାଜେଶ କୁମାର ଗିରି,ଯୁଗ୍ମ ସଂପାଦକ‐ଭଗବାନ ମହାନ୍ତି,ମନୋରଂଜନ ଦାସ,କୋଷାଧ୍ୟକ୍ଷ‐ ଅକ୍ଷୟ କୁମାର ତ୍ରିପାଠୀଂକୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏଥିସହିତ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ,ଦୁକୁଲ ଚନ୍ଦ୍ର ଘଡାଇ, ଦେବାଶୀଷ ପାଣି, ଗୌରାଂଗ ପଂଡା, ଅନଂଗ କୁମାର ପଟ୍ଟନାୟକ,ଲୋକନାଥ ଧର, କାଳୀପଦ ପଣ୍ତା, ସେକ ସଲିମ ରାଜା, ବସନ୍ତଲତା ପଟ୍ଟନାୟକ, ଶ୍ୟାମସୁନ୍ଦର ଜେନା, ଯଶୋଦାରଂଜନ ଆଶ, ଗଂଗାଧର ଦାସ, ପଂକଜ କୁମାର ଅଗ୍ରବାଲ, ଡଃ ଅରୂପ ଅଭିଷେକ, ଡଃ ଅଜିତ କୁମାର ମହାନ୍ତି, ଡଃ କୁମାର ଗୋପାଲ, ଲକ୍ଷ୍ମୀ ନାରାୟଣ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଗୋପାଳ ଚନ୍ଦ୍ର ମହାପାତ୍ର, ଗୋପିନାଥ ମାଇତି,ମାୟାଧର ରାଉତ,ଗୋପାଳ ଚନ୍ଦ୍ର ସାହୁ, ଜୟନ୍ତ କୁମାର ପାଣିଗ୍ରାହୀ, ନିମନ୍ତ୍ରିତ ସଭ୍ୟ‐ ଡଃ ବସନ୍ତ ଉପାଧ୍ୟାୟ ରକ୍ତ କେନ୍ଦ୍ର ଅଧିକାରୀ, ରେଡକ୍ରସ ସଂପାଦକ‐ ପ୍ରହ୍ଲାଦ ଦୋରା ମନୋନୀତ ହୋଇଛନ୍ତି । ଆସନ୍ତା ଜୁନ ୧୪ ତାରିଖରେ ବିଶ୍ବ ରକ୍ତଦାତା ଦିବସ ଓ ସଂଘର ବାର୍ଷିକ ସମ୍ମିଳନୀ ବ୍ରିଟ କଲ୍ୟାଣ ମଣ୍ତପରେ ଅନୁଷ୍ଠିତ ହେବ । ସମ୍ମିଳନୀକୁ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶେଷରେ ସୁବ୍ରତ କୁମାର ରଣା ଧନ୍ୟବାଦ ଦେଇଥିଲେ ।

Post a Comment