ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ଦିବ୍ଯଙ୍ଗ


ବାଲିଆପାଳ (ଜଗନ୍ନାଥ ଗୋଛାୟତ)ଦୁହେଁ କଥା ହେଇ ପାରନ୍ତି ନାହିଁ ପ୍ରେମର ଶବ୍ଦ ପରିପ୍ରକାଶ କରି ପାରନ୍ତି ନାହିଁ। ହେଲେ ଠାରରେ ଠାରରେ ଦୁହେଁ ବୁଝିଛନ୍ତି ପ୍ରେମକୁ। ଦୁହେଁ ଦିବ୍ଯଙ୍ଗ ହେଲେବି ଫେସବୁକ ରୁ ପ୍ରେମ ଆରମ୍ଭ କରି ଆଜି ଆଜି ହେଇ ପାରିଛନ୍ତି ଜୀବନ ସାଥି ଆସନ୍ତୁ ଦେଖିବା ଏହି ସ୍ପେଶାଲ ରିପୋଟ। 
କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା। ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଶବ୍ଦର ବି ଲୋଡା ପଡେନା । ଇଏ ହେଉଛି ସେମିତି ଗୋଟେ ପ୍ରେମ । ଏ ହସ ଆଉ ଏ ମିଠା ମିଠା ଠାରି ରେ ଯେ କେତେ ପ୍ରେମ ଓ ଦୁହିଁଙ୍କ ଭଲପାଇବାର କାହାଣୀ । ଏ ଲାଜୁଆ ହସ ଆଉ ଚୁରା ଚାହାଣି କହେ ବାବୁଲି ଓ କିରଣ କାହାଣୀ । ଏ କାହାଣୀ ଅସରନ୍ତି, ଅଲେଖା, ଜୀବନ୍ତ, ଓ ଶାଶ୍ଵତ । ଏମାନଙ୍କ ପ୍ରେମ ଆରମ୍ଭ ହେଇଥିଲା ଫେସବୁକ୍ ରୁ ତା ପରେ ଦେଖା ହୁଏ ଆଇଟିଆଇ କଲ୍ଲେଜ ରେ ୫ ବର୍ଷ ପୂର୍ବରୁ ଫେସବୁକ୍ ରୁ ଆରମ୍ଭ ହେଇଥିଲା ଭଲ ପାଇବା ଆଉ ଦୁହେଁ ଦୁହିଁଙ୍କୁ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ସତରେ ଦେଖୁ ନାହାନ୍ତି ଏହି ଦୁଇ ପ୍ରେମ ପକ୍ଷୀ ଙ୍କୁ କିଭଳି ହାତର ଠାରରେ କଥା ହେଉଛନ୍ତି । କଥା ସିନା ହେଇ ପାରୁନାହାନ୍ତି ହେଲେ ଦୁହେଁ ଦୁଇ ଜଣଙ୍କ ଭାଷା ଠିକ୍ ବୁଝି ପାରିଛନ୍ତି। ପ୍ରେମକୁ ନା ଶବ୍ଦ ର ଆବସ୍ଯକତା ଅଛି ନା ଭାଷାର । ଏହା ତ କେବଳ ଦୁଇ ମନର ଆବେଗାମ୍ମକ ପରିପ୍ରକାଶ, ଯାହା କେବଳ ଅନୁଭବ ମାଧ୍ୟମ ରେ ସମ୍ଭବ। ବନ୍ଧନରୁ ଉର୍ଦ୍ଧ୍ବରେ ଆକର୍ଷଣରୁ ବହୁ ଦୂରରେ ରହି ପ୍ରମକୁ ସାକାର କରିଛନ୍ତି ଏହି ଦୁଇ ପ୍ରେମ ପକ୍ଷୀ । କେହି କାହାକୁ ପାଖରେ ଦେଖି ନଥିଲେ ସତ କିନ୍ତୁ ଫେସବୁକ୍ ଆଜି ଏହି ଦୁଇ ପ୍ରେମ ପକ୍ଷୀ ଙ୍କ ଗୋଟିଏ ବନ୍ଧନରେ ବାନ୍ଧି ପାରିଛି । ବାଲେଶ୍ଵର ବାଲିଆପାଳ ବିଷ୍ଣୁପୁର ଗାଁ ର ବର ବାବୁଲି ଖଣ୍ଡା ଙ୍କ ଘୋର ହୋଇଥିବା ବେଳେ କନିଆ ପୁରୀ ଜିଲ୍ଲା କାକଟ ପୁର୍ ର କିରଣ ବାଲା ନାୟକ ଦୁହେଁ ଜନ୍ମ ରୁ ଦିବ୍ଯଙ୍ଗ ହୋଇଥିବା ବେଳେ ପାଟି ଖୁଲି ଦୁଇ ଜଣ କଥା ହେଇ ପାରନ୍ତି ନାହିଁ। ଦୁହେଁ ଦିବ୍ଯଙ୍ଗ ହେଲେବି ଆଜି ଠାରରେ ଠାରରେ ଗଡିଛନ୍ତି ଦୁହେଁ ନୁଆଁ ଜୀବନ। ଆଉ ଗଡୁଛନ୍ତି ନୁଆ ସଂସାର। ଆଉ କରଣ ଙ୍କ ମଥାରେ ଲାଗିଛି ବାବୁଲିର ସିନ୍ଦୁର।

Post a Comment

Previous Post Next Post