ଜଳେଶ୍ୱର, ୨୦/୫(ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ଥାନା ଝାଡପିମ୍ପଳ ଗ୍ରାମରେ ଗତ ୧୫ ତାରିଖ ନିଜର ହକ ପାଇଁ ପ୍ରେମିକର ଘର ଆଗରେ ଧାରଣା ପରେ ଥାନାର ଦ୍ବାରସ୍ଥ ହୋଇ ଆତ୍ମହତ୍ୟାର ଧମକ ଦେଲେ ପ୍ରେମିକା। ସୂଚନା ଅନୁଯାୟୀ ଝାଡ଼ପିମ୍ପଳ ଗ୍ରାମର ରାଜକିଶୋର ଅଣ୍ଡିଆଙ୍କ ପୁଅ ଧିରେନ ଅଣ୍ଡିଆ ଦୀର୍ଘଦିନ ଧରି ରାୟଗଡା ଜିଲ୍ଲାରେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ।କାମ କରୁଥିବା ସମୟରେ ତାଙ୍କର ଡ଼ଙ୍ଗରମା ଗ୍ରାମର ଏକ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଧିରେନ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ଦୈହିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି।ଦେହ ଭଲ ନାହିଁ ଆଉ ୬ମାସ ପରେ ବିବାହ କରିବେ ବୋଲି କହି ଧୀରେନ ଗାଁକୁ ଚାଲିଆସିଥିଲେ।ଗାଁକୁ ଆସି ସେ ସେହି ଗ୍ରାମର ଅନ୍ୟ ଏକ ଝିଅକୁ ବିବାହ କରି ଥିଲା ବେଳେ ଆଉ ରାୟଗଡା ଯାଇ ନ ଥିଲେ। ଏହି ଖବର ପାଇବା ପରେ ପ୍ରେମିକା ଜଣକ ଶନିବାର ଝାଡ଼ପିମ୍ପଳ ଗ୍ରାମରେ ପହଂଚି ଧିରେନଙ୍କ ଘରେ ରାତିରେ ରହିଥିଲେ।ମାତ୍ର ରବିବାର ସକାଳୁ ଧିରେନ ନିଜର ଶଶୁରଙ୍କ ଘରକୁ ଉକ୍ତ ଯୁବତୀଙ୍କୁ କିଛି ନ କହି ଚାଲି ଯାଇଥିଲେ।ତେବେ ଧୀରେନ ପଳାଇଯିବା ପରେ ଶାଶୁ ଶ୍ୱଶୁରଙ୍କ ଠାରୁ ପ୍ରବଳ ମାଡ଼ ଖାଇ ନ୍ୟାୟ ପାଇବା ଆଶାରେ ସେହି ଯୁବତୀ ଜଣକ ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ।ତେବେ ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ଜୟକୃଷ୍ଣ ଅଣ୍ଡିଆ ଉକ୍ତ ଯୁବତୀଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହିତ ତାଙ୍କ ସହିତ ହୋଇଥିବା ଅନ୍ୟାୟ ସମ୍ପର୍କରେ ଥାନା କିମ୍ବା ଅଦାଲତରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ।ତେବେ ଭଦ୍ରଲୋକଙ୍କ ପରାମର୍ଶକୁ ନେଇ ପ୍ରେମିକା ଜଣକ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜଳେଶ୍ୱର ଆଇଆଇସି ରୋଜାଲିନ ବେହେରା ଘଟଣାକୁ ଗୁରୁତର ସହ ନେଇ ଝିଅକୁ ତାର ପ୍ରେମିକ ଘରେ ଦୁଇ ଦିନ ପାଇଁ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦୁଇ ଦିନ ପୂରଣ ହେବା ପରେ ପୋଲିସ ଠାରୁ କୈ।ଣସି ନ୍ୟାୟ ନପାଇ ମହିଳା ଜଣକ ଥାନାରେ ବସି ରହିଛନ୍ତି।ଏବଂ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Post a Comment