ଗ୍ୟାସ ରେ ନିଆଁ ଲାଗି ଲକ୍ଷାଧିକ ରାସନସାମଗ୍ରୀ ପୋଡି ପାଉଁଶ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପଂଚାୟତରେ ଆଜି ଗୁରୁବାର ଏକଅଭାବନିୟ ଘଟଣା ଦେଖିବାକୁ ମିଳିଛି । ସୂଚନାମତେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଗ୍ୟାସ ଟାଙ୍କିପାଇପ କୌଣସି କାରଣ ରୁ ଲିକେଜ ହୋଇଥିଲା ଏଭଳି ଦୁର୍ଘଟଣା ଘଟିଥିଲା। ଧଳପୁର ଗ୍ରାମର ରବି ନାୟକ (୪୫)ନିଜ ଘରେ ଏକରାସନ ଦୋକାନ ଦେଇଥିବା ବେଳେ ଆଜି ଦିନ ପ୍ରାୟ ୧୧ଘଣ୍ଟା ସମୟରେ ଖାଇବା ପାଇଁ ରୋଷାଇ କରିବାକୁ ରୋଷାଇ ଘରକୁ ଯାଇ ଗ୍ୟାସ ଲଗାଇଥିଲେ। ଫଳରେ କୌଣସି କାରଣରୁ ଗ୍ୟାସ ଟାଙ୍କିରୁ ଆସିଥିବା ପାଇପ ଲିକ ଥିବାରୁ ନିଆଁ ଲାଗୁଥିବା ସନ୍ଦେହ କରାଯାଉଛି!ଏହି ନିଆଁ ରେ ରୋଷଇ ଘର ସହିତ ଦୋକାନ ରେ ଥିବା ଲକ୍ଷାଧିକ ଟଙ୍କାର ରାସନସାମଗ୍ରୀ ଓ ଆସବାବ ପତ୍ର ପୋଡି ପାଉଁଶ ହେଇଥିବା ଜଣାପଡିଛି । ନିଆଁ ଆୟତ୍ତ ନ ହେବାରୁ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ ଥିବା ଜଣା ପଡିଛି।

Post a Comment

Previous Post Next Post