ବାଗଲୋର୍ ଗାଁ ରେ ବସୁଧା ଯୋଜନା ଫେଲ ମାରିଛି


ନୂଆପଡ଼ା (ରିଖିରାମ ଦଳ) କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତେକ ପଂଚାୟତ ରେ ଜନସାଧାରଣ ଙ୍କ ପାଇଁ ପାନୀୟ ଜଲର ବ୍ୟବସ୍ଥା ନେଇ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିଛନ୍ତି, ହେଲେ ବିଶୁଦ୍ଧ ପାନୀୟ ଜଳ ପାଇବାରେ ବଞ୍ଚିତ ଉପାନ୍ତ ବାଗଲୋର୍ ଗ୍ରାମବାସୀ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ର ବିଭିନ ଅଂଚଳ ରେ ବାଟବଣା ହେଉଛି ପାନିୟ ଜଳ ର ବ୍ୟବସ୍ଥା। କେବଳ ପାଣି ଟାଙ୍କି ନିର୍ମାଣ କରି ସରକାର ଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରୁଥିବା ମନେ ହେଉଛି। ଏଭଲି ଏକ ଅଭିଯୋଗ ହେଉଛି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଉପାନ୍ତ ବୋଇରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗଲୋର୍ ଗ୍ରାମର ଦୃଶ୍ୟ ପ୍ରକାଶଯେ,ଏହି ଗ୍ରାମରେ ଜନସାଧାଣ ଙ୍କ ପାଇଁ ପାନୀୟ ଜଲର ବ୍ୟବସ୍ଥା ନେଇ ପଂଚାୟତ ରେ ବସୁଧା ଯୋଜନା ରୁ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ନିର୍ମାଣ ସରିଲା ପରେ ମାତ୍ର କିଛି ମାସ ପାଣି ଯୋଗାଣ ହୋଇଥିଲା ବେଳେ ଗାଁ ଲୋକେ ଖୁସି ହୋଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ପାଣି ଯୋଗାଣ ବନ୍ଦ ହୋଇଥିବା ବେଳେ ପାଣି ଟାଙ୍କି ରୁ ମଇଳା ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେହିଦିନ ଠାରୁ ପଂଚାୟତ ରୁ ବ୍ଲକ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କଲେ ମଧ୍ଯ କୌଣସି କାମ ସୁଫଲ ମିଲୁନଥିବା ଗ୍ରାମର ବୁଦ୍ଧି ଜିବି ମାନେ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି କେବଲ ଠିକା ପୋସାନିତି ଚଲାଇଥିବା ମନେ ହେଉଛି ବୋଲି ଲୋକେ ଅସନ୍ତୁଷ୍ଟ ପ୍ରକାଶ କରୁଥିବା ବେଲେ ଆଜି ବି ପାଣି ପାଇଁ ହଇରାଣ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ପାଣି ପାଇପ ଗୁଡିକ ବିଭିନ୍ନ ସ୍ଥାନରେ ଭାଙ୍ଗି ଫାଟି ପଡିଥିବା ବେଲେ କିଛି ସ୍ଥାନର ପାଣି ପାଇପ ଗୁଡିକ ଉପୁଡି ପଡିଛି। ଯାହା ଫଳ ର ଲୋକେ ପାଣି ନ ପାଇଁ ଥିବାରୁ ଅଭିଯୋଗ କରୁଛନ୍ତି। ଯଦଦ୍ଵାରା କି ମହିଳା ମାନେ ଏକ କିଲୋମିଟର ଦୂରର ଅସୁରକ୍ଷିତ ଭାବରେ ଥିବା ଏକ ବାହଲ ଜମି ରେ ଚୁଆ ଖୋଳି ସେହି ପାଣି କୁ ବ୍ୟବହାର କରୁଥିବାରୁ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।

Post a Comment

Previous Post Next Post