ବୋରୱେଲ ଖନନର ଦୁଇବର୍ଷ ପରେ ମଧ୍ୟ ତିଆରି ହେଇନି ଓଭରହେଡ଼ ଟାଙ୍କି

  • କାମରେ ଆସୁନି ବସୁଧା ଯୋଜନା
  • କେବେ ନିର୍ମାଣ ହେବ ଓଭରହେଡ଼ ଟାଙ୍କି 

ଭବାନୀପାଟଣା ୨୪/୦୫ (ଶ୍ୟାମସୁନ୍ଦର ମାଝୀ) ପ୍ରତ୍ୟେକ ଗ୍ରାମରେ ସବୁ ଲୋକଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇ ପାଇପ୍ ପାଣି ଯୋଗାଇ ଦେଉଛନ୍ତି ସତ । ମାତ୍ର ପରିତାପର ବିଷୟ ବୋରୱେଲ ଖୋଲାହୋଇ ଦୁଇ ବର୍ଷ ବିତିଯାଉଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ଓଭର୍ ହେଡ ଟାଙ୍କିର ଦେଖାନାହିଁ। ନା ନିର୍ମାଣ କରାଯାଉଛି ଓଭରହେଡ୍ ଟାଙ୍କୀ ନା ଘରକୁ ଘର ସଂଯୋଗ ହୋଇପାରିଛି ପାଇପ୍ । ଏହି ପରି ଅଭିଯୋଗ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ କୁମାଖାଲ ଗ୍ରାମପଞ୍ଚାୟତ ଅଧିନସ୍ତ ପୁନିଗୁଡ଼ା ଗ୍ରାମବାସୀ। ଏହି ଗାଁ ରେ ୪୨ ରୁ ଉର୍ଦ୍ଧ ପରିବାର ରହୁଥିବାବେଳେ ୩୦୦ରୁ ଉର୍ଦ୍ଧ ଜନସଂଖ୍ୟା ବସବାସ କରୁଛନ୍ତି। ଏହି ଗାଁରେ ଚାରି ଗୋଟି ନଳକୂପ ରହିଥିଲେ ମଧ୍ଯ ସେଥି ମଧ୍ୟରୁ ଦୁଇ ରୁ ତିନୋଟି ନଳକୂପର ପାଣି ପିଇବା ପାଇଁ ଉପଯୋଗୀ ନୁହେଁ ବୋଲି ମତପ୍ରକାଶ କରିଛନ୍ତି ଗ୍ରାମବାସୀ ।


ଏପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ପର୍ଯ୍ୟାପ୍ତ ପାଣି ଟିକିଏ ପାଇବାକୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଏନେଇ ଜଳଯୋଗୋଣ ବିଭାଗର ଯନ୍ତ୍ରୀ ଙ୍କୁ ଅନେକ ଥର ଜଣାଇଥିଲେ ମଧ୍ଯ କର୍ଣ୍ଣପାତ କରୁନ'ଥିବା କହୁଛନ୍ତି ଗାଁ ଲୋକେ। ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ କରାଯାଉଥିବା ବେଳେ ଉକ୍ତ କାର୍ଯ୍ୟଟି ପୁନୀଗୁଡ଼ା ଗ୍ରାମରେ ଯଥା ସମ୍ଭବ ଓଭର ହେଡ୍ ଟାଙ୍କି ନିର୍ମାଣ କରି ଜଳଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ସରିତା ମାଝୀ, ମୁଲୁ ମାଝୀ, ପାଗୁମାଝୀ, ଦୁଗ୍ଦା ମାଝୀ, ଭୀମ ହରପାଲ୍, ଇନ୍ଦ୍ର ମାଝୀ, ରାମ ମାଝୀ, ବନ ହରପାଲ, ସବନ୍ ହରପାଲ୍, ଚିତ୍ର ହରପାଲ୍, ଅଜିତ୍ ହରପାଲ, ନରହରି, ନୀଳକଣ୍ଠ, ଲଳିତା, ଭୀମ ହରପାଲ୍ ସମେତ ଗ୍ରାମବାସୀ ପ୍ରମୁଖ ଦାବି କରିଛନ୍ତି। ଯଦି ଏହି ସମସ୍ୟାର ସମାଧାନ କରାନ'ଯାଏ ତାହାହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବୁ ବୋଲି ଗଣମାଧ୍ୟମ ସମ୍ମୁଖରେ ମତ ପ୍ରକାଶ କରିଛନ୍ତି ସରପଞ୍ଚ ପ୍ରାର୍ଥୀ ମୁଳୁ ମାଝୀ। ତେବେ ଦେଖାଯାଉ ଖବର ପ୍ରସାରଣ ପରେ କେବେ ତତ୍ପରତା ଦେଖାଉଛି ନା' ଜାଣିଶୁଣି ନିଘୋଡ଼ ନିଦ୍ରାରେ ଶୋଇ ପଡ଼ୁଛି ପ୍ରଶାସନ । ଆଉ ପୁନିଗୁଡ଼ା ଗାଁରେ କେବେ ନିର୍ମାଣ ହେଇଛି ବସୁଧା ଯୋଜନାର ଓଭରହେଡ଼ ଟାଙ୍କି ତାହା ଦେଖିବାକୁ ବାକି ରହିଲା।

Post a Comment

Previous Post Next Post