ସଡକ ଦୁର୍ଘଟଣାରେ କାର ଚାଳକଙ୍କ ଶୋଚନୀୟ ମୃତ୍ୟୁ


ଜଳେଶ୍ୱର ୨୪/୫ (ଜଗନ୍ନାଥ ଗୋଛୟତ) ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥରୋଡ଼ ଠାରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣକର ମୃତ୍ୟୁ ହୋଇଯାଇଛି। ମୃତକ ଜଣେ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ଗ୍ରାମର ସେକ୍ ଅଜଗର (୩୭) ବୋଲି ଜଣା ପଡିଛି।ସୂଚନା ଅନୁସାରେ ମୃତ ବ୍ଯକ୍ତି ଜଣକ ଖଡଗପୁରରୁ ବାଲେଶ୍ୱର ଅଭିମୁଖେ କାର୍ ଚଲେଇ ଆସୁଥିବା ବେଳେ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ରାସ୍ତା କଡ଼ରେ ଛିଡ଼ାହୋଇଥିବା ଏକ ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଜାଣିବା ବେଳକୁ ଡମ୍ପରଟି ସେଠାରୁ ଫେରାର ହୋଇଯାଇଥିଲା । ତେବେ ଯୁବକ ଜଣକୁ କାରରୁ ଉଦ୍ଧାର କରାଯାଇ ଜଳେଶ୍ଵର ଜିକେଭଟର ହସ୍ପିଟାଲକୁ ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Post a Comment

Previous Post Next Post