ଜଳେଶ୍ୱର, ୨୧/୫ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ଜିକେ ଭଟର ହସ୍ପିଟାଲ ପାଇବ ଆମ ହସ୍ପିଟାଲ ମାନ୍ୟତାର ସହାୟତା।ନିକଟରେ ଓଡିଶା ସରକାର ପ୍ରତି ନିର୍ବାଚନ ମଣ୍ଡଳୀରେ ଥିବା ମୁଖ୍ୟ ଡାକ୍ତରଖାନାକୁ ୫ଟିରେ ସାମିଲ କରି ସ୍ୱାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ପଦକ୍ଷେପ ନେଇ ଥିବା ବେଳେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫ଟିର ମାନ୍ୟତା ମିଳିଛି।ପୂର୍ବରୁ ତେବେ ଜି କେ ଭଟର ହସ୍ପିଟାଲକୁ ୫ଟି ରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇ ଆସୁଥିଲା। ତେବେ ସରକାର ଜି କେ ଭଟରକୁ ୫ଟିରେ ସାମିଲ ନ କରି ହସ୍ପିଟାଲର ଉନ୍ନତି ପାଇଁ ଆମ ହସ୍ପିଟାଲ ଯୋଜନାରେ ଏକ କୋଟି ବାଇଶି ଲକ୍ଷ ଟଙ୍କା ମଞ୍ଜୁରୀ କରିଥିବା ବେଳେ ଆଜି ଏକ ପ୍ରତିନିଧି ଦଳ ମେଡିକାଲ ଗସ୍ତ କରି ବୁଲି ଦେଖିଥିଲେ।ପ୍ରତିନିଧି ଦଳରେ ଏଡିଏମ ସୁଚାରୁ ବଳ,ଜଳେଶ୍ୱର ତହସିଲଦାର ମିହିର ରଞ୍ଜନ ବେହେରା,ମୁନସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର,ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଶିବଲାଲ ସାହୁ,ପୂର୍ତ୍ତ ବିଭାଗର ଯନ୍ତ୍ରୀ ନିହାର କାନ୍ତି ବେହେରା, ପ୍ରମୁଖଜ ମେଡିକାଲରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବାର ସୂଚନା ମିଳିଛି।

Post a Comment