ପିଡିଏସ ମହାଦୁର୍ନୀତି ତଥା କେଶରାଜପୁରର ମନରେଗା ଦୁର୍ନୀତି ବିରୋଧରେ ବିଡିଓ କାର୍ଯ୍ୟାଳୟ ଘେରାଓ


ନୂଆପଡ଼ା (ପରମେଶ୍ୱର ମେହେର) ଦଳିତ ଅଧିକାର ମଞ ତରଫରୁ ବୋଡ଼େନ ବ୍ଲକର ବୋଡ଼େନ, ଲରକା ଓ ପଲସଦା ପଞ୍ଚାୟତର ପିଡିଏସ ମହାଦୁର୍ନୀତି ତଥା କେଶରାଜପୁରର ମନରେଗା ଦୁର୍ନୀତି ବିରୋଧରେ ବିଡିଓ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା। ବିଡିଓ ଅନୁପସ୍ଥିତ ରହି ଲୋକଙ୍କ ସାମନା କରିବାକୁ WEOଙ୍କୁ ଦାୟୀତ୍ବ ଦେଇ ଚାଲିଗଲେ। ପଲସଦା ପଞ୍ଚାୟତର ଚାରି ମାସର ଚାଉଳ ଆସନ୍ତା କାଲି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି WEO। ଲରକା ପଞ୍ଚାୟତର ଜାନୁଆରୀ ମାସର ଚାଉଳ ଆସନ୍ତା ସାତଦିନ ମଧ୍ୟରେ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ବୋଡ଼େନ ପଞ୍ଚାୟତର ପିଡିଏସରେ ନଅ ଲକ୍ଷ ଟଙ୍କାର ଦୁର୍ନୀତିର ତଦନ୍ତ ସରିଥିବା ତଥା ଦୁର୍ନୀତିର ପ୍ରମାଣ ମିଳିଥିବା ସ୍ବୀକାର କରିଛନ୍ତି ପ୍ରଶାସନ। ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ସମସ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି WEO ମହୋଦୟ ମାତ୍ର ଲୋକ ଏହି ପ୍ରଚଣ୍ଡ ଖରାରେ ଦିନସାରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇ ରହିବା ପରେ ବିଡିଓ ଲୋକଙ୍କୁ ସାମନା ନକରି କାପୁରୁଷତାର ପରିଚୟ ଦେଇଛନ୍ତି। ଏହା ନିହାତି ଅଭଦ୍ରାମୀ ର ପରିଚୟ ଅଟେ। ଏହି ଧୃଷ୍ଟତା ଜନସାଧାରଣ ସହ୍ୟ କରିବେ ନାହିଁ। ଆସନ୍ତା ଦିନରେ ଏହାର ଉଚିତ ଜବାବ ଲୋକେ ଦେବେ।

Post a Comment

Previous Post Next Post