ଜଳେଶ୍ଵର ୨୩/୦୫ (ଜଗନ୍ନାଥ ଗୋଛାୟତ) ୧୯୬୮ ମସିହା ମଇ ୨୩ ତାରିଖ, ଆଜକୁ ୫୫ ବର୍ଷ ତଳେ ପେଟକୁ ମୁଠାଏ ଦାନା ପାଇଁ ଜଳେଶ୍ଵର ତହସିଲ ଅଫିସ୍ ରେ ୧୦,୦୦୦ ରୁ ଅଧିକ ଲୋକ କାମ ଦିଅ ନଚେତ୍ ଖାଦ୍ୟ ଦିଅ ଦାବିରେ କମ୍ପୁନିଷ୍ଟ ପତାକା ତଳେ ଏକାଠି ହୋଇଥିଲେ। ୧୯୬୮ ମସିହାରେ ଦୃଭିକ୍ଷ ଭଳି ପରିସ୍ଥିତି ଉପୁଜିଥିଲା। ସେତେବେଳର ସରକାର ତାର କୈାଣସି ପ୍ରତିକାର କଲେନାହିଁ। ସେହି ବିକ୍ଷୋଭ ରେ ପୋଲିସ ଗୁଳିରେ ଶିବ ଏବଂ ସାଧୁ ସହୀଦ ହେଲେ ଓ ଅନେକ ଆହତ ହେଲେ। ସେ ସମୟର ନେତୃତ୍ୱ ହିମାଂଶୁ ନନ୍ଦୀ, ଗଜେନ୍ଦ୍ର ପରିଡା, ସୁକଲାଲ୍ ଜୟରାମ ପ୍ରଭୃତି ସାଥୀ ମାନେ ଜେଲ୍ ଗଲେ। ଆଜିବିସେ ଆନ୍ଦୋଳନ ଶେଷ ହୋଇନାହିଁ। ଗୁଳିକାଣ୍ଡ ପରେ ସାଥୀ ଶିବାଜୀ ପଟ୍ଟନାୟକ ଜଳେଶ୍ଵର ଆସି ଏହାର ନେତୃତ୍ୱ ନେଇଥିଲେ।ପ୍ରଖ୍ୟାତ ସାମ୍ୟବାଦୀ ନେତା, ଛାତ୍ର, ଯୁବକ, କୃଷକ, ଭାଗଚାଷୀ, ଦଳିତ ଓ ଆଦିବାସୀ ଆନ୍ଦୋଳନର ସେ ଥିଲେ ସେନାପତି।ସି.ପି.ଆଇ.(ଏମ୍)ର ଦୀର୍ଘ ଦିନର ରାଜ୍ୟ ସମ୍ପାଦକ, ଭୁବନେଶ୍ଵରର ୩ଥର ସଂସଦ, ପୂର୍ବତନ କେନ୍ଦ୍ର କମିଟି ସଦସ୍ୟ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଆଜି ପ୍ରଥମ ମୃତ୍ୟୁ ବାର୍ଷିକୀ। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ ସାମ୍ୟବାଦ ରେ ଅଟଳ ଥିଲେ। ତାଙ୍କ ମୃତ୍ୟୁ ରେ ଏକ ଯୁଗର ଅବସାନ ଘଟିଛି। ୫୫ ବର୍ଷ ପରେ ମଧ୍ୟ ଜନ ଜୀବନ ର ସମସ୍ୟା ଆହୁରି ର୍ଜଜରିତ। ଦରବୃଦ୍ଧି ବେକାରୀ ବୃଦ୍ଧି ଲଗାମହୀନ ଭାବରେ ବଢ଼ିଚାଲିଛି। କୃଷକ ତାର ଫସଲର ଦାମ୍ ପାଉନାହିଁ, ଶ୍ରମିକ ତାର ନାର୍ଯ୍ୟ ଅଧିକାରରୁ ବଂଚିତ। ରାଷ୍ଟ୍ରାୟତ ସମ୍ପତ୍ତିର ଘରୋଇକରଣ , ସାମ୍ପ୍ରଦାୟିକତା ଓ ବିଭେଦ ର ରାଜନୀତି କେନ୍ଦ୍ର ର ବି.ଜେ.ପି ସରକାରରେ ବୃଦ୍ଧି ପାଇଛି ଦେଶର ଏହି ସଂକଟ ସମୟରେ ବାମପନ୍ଥୀ ଆନ୍ଦୋଳନକୁ ବ୍ୟାପକ କରି ଜନ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଏମ୍.ଏନ୍ ପାଟନା ପଞ୍ଚାୟତ ର ଚକ୍ରଡା ଠାରେ ଅନୁଷ୍ଠିତ ସଭାରେ ବକ୍ତାମାନେ ବକ୍ତବ୍ୟ ଦେଇଥିଲେ। ସକାଳେ ରାଜପୁର ଠାରେ ଥିବା ସହିଦ୍ ବେଦିରେ ପୁଷ୍ପମାଲ୍ୟ ସହ ସହିଦ୍ ର ଲାଲ୍ ପତାକା ଦିଲ୍ଲୀପ କୁମାର ଗିରି ଉତ୍ତୋଳନ କରିଥିଲେ। ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ଜିତାଂଶୁ ନନ୍ଦୀ, ଗଣେଶ ପାତ୍ର, ରବିନ୍ଦ୍ର ବାରିକ, ସବିତା ସାହୁ, ଦିଲ୍ଲୀପ ପରିଡ଼ା, ପ୍ରକାଶ ଦେ, ପୂର୍ଣ୍ଣ ସିଂ, ବଙ୍କିମ ବିଶ୍ଵାଳ, ଅଶ୍ଵିନୀ ପ୍ରଧାନ, ବିଜୟ ସିଂ, ଅନିଲ ନାୟକ, ସୁବଳ ଜେନା, ଶଙ୍କର୍ଷଣ ମାଝି, ସିତାରାମ ଗିରି, ମିନା ଧଳ, ସବିତା ନାୟକ, ଜୟନ୍ତୀ ଦେ ଓ ଶେଷରେ ଧନ୍ୟବାଦ ଦେଇଥିଲେ ଗୈତମ୍ ପ୍ରମାଣିକ।

Post a Comment