କଳାହାଣ୍ଡି, (ଶ୍ୟାମସୁନ୍ଦର ମାଝୀ) ବିଦ୍ୟୁତ ସଂସ୍ପର୍ଶରେ ଆସି ବଳଦଟିର ମୃତ୍ୟୁ ହୋଇଛି । ଏଥିପାଇଁ ଲୋକେ ବିଦ୍ୟୁତ ବିଭାଗ ର ଅବହେଳାକୁ ଦାୟୀକରି କ୍ଷତିପୂରଣ ଦାବୀ କରିଛନ୍ତି । ସୂଚନା ରୁ ପ୍ରକାଶ ଯେ ଗୋଲାମୁଣ୍ଡା ର ରାଧାକାନ୍ତ ରଣା ଆଜି ସକାଳେ ବଳଦ ମାନଙ୍କୁ ଚରେଇ ନେବା ପାଇଁ ନିଜ ଗୁହାଳରୁ ବଳଦ ମାନଙ୍କୁ ବାହାର କରିଥିଲେ । ଗୋଲାମୁଣ୍ଡା ସ୍ଥିତ ଷ୍ଟ୍ରିଟ ଲାଇଟ ର ଆର୍ଥିଙ୍ଗ ମୁକୁଳା ଅବସ୍ଥାରେ ଥିବା ବେଳେ ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ବଳଦଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଯୋଗାଯୋଗ କରିବା ପରେ ବିତ୍ୟୁବିଭାଗ ଆସି ବିତ୍ୟୁତ କୁ ଠିକ ଭାବରେ ତାର ବ୍ୟବସ୍ଥା କରିଥିଲେ । ବଳଦ ବିଦ୍ୟୁତ ସସ୍ପର୍ଶରେ ଆସି ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ବଳଦ ମାଳିକ ବଳଦ ହରାଇଥିବା ଯୋଗୁଁ କିଛି ଆର୍ଥିକ ସହାୟତା ବିଦ୍ୟୁତ ବିଭାଗ କୁ ଦାବୀ କରିଛନ୍ତି ।

Post a Comment