ଭବାନୀପାଟଣା:୬/୪ (ଶ୍ୟାମସୁନ୍ଦର ମାଝୀ) ବେଦମାତା ଗାୟତ୍ରୀଙ୍କର ଅଶେଷ କରୁଣାରୁ ପୃଥିବୀ ପୃଷ୍ଠରେ ସଂଚାର ହୁଏ ନବଶସ୍ୟ । ପ୍ରାଣୀଜଗତ ଜୀବିକାର୍ଥେ ଯାହାକୁ ଆହରଣ କରି ପରିତୃପ୍ତ ଅନୁଭବ କରିଥାନ୍ତି । ସେଇ ବେଦମାତା ଗାୟତ୍ରୀଙ୍କର ନବ କୁଣ୍ଡିୟ ମହାଯଜ୍ଞ ତିନିଦିବସ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅଧୀନ ମହାଲିଙ୍ଗ କୋଦଭଟା ଗ୍ରାମରେ । ଏହି ସାରସ୍ୱତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର ମୁଖ୍ୟ ଅତିଥି ଥିବାବେଳେ, ସମ୍ମାନିତ ଅତିଥି ଥିଲେ ଧରମଗଡ଼ ର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ବାଗ ଏବଂ ଜୁନାଗଡ଼ ବ୍ଲକର ପୂର୍ବତନ ଭାଇସ ଚେୟାରମ୍ୟାନ ଟଙ୍କଧର ନାଏକ । ଅନ୍ୟତମ ଅତିଥିଭାବେ ଉକ୍ତ ଅଞ୍ଚଳର ଜଣାଶୁଣା ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ବହୁ ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗଦେଇ ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ । ଏହି ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଗତ ୦୩/୦୪/୨୩ ସୋମବାର ଅପରାହ୍ନ ତିନିଟା ସମୟରେ କଳସ ଶୋଭାଯାତ୍ରା କରାଯାଇ ସନ୍ଦ୍ୟା ଛଅଟା ସମୟରେ ଆଧ୍ୟାତ୍ମିକ ପ୍ରବଚନ ଥିବାବେଳେ ୦୪/୦୪/୨୩ ମଙ୍ଗଳବାର ପ୍ରାତଃ ୮:୩୦ ରେ ନବକୁଣ୍ଡିୟ ମହାଯଜ୍ଞ ର ଆରମ୍ଭ କରାଯାଇ ସଂସ୍କାର କର୍ମ ଆରମ୍ଭ ଓ ସନ୍ଧ୍ୟାରେ ଦୀପ ଯଜ୍ଞ ର ବ୍ୟବସ୍ଥା ଥିବାର ସୂଚନା ମିଳିଛି । ତେବେ ଏହି ଯଜ୍ଞ ୦୫/୦୪/୨୩ ବୁଧବାର ରେ ପୂର୍ଣ୍ଣାହୁତି ପ୍ରଦାନ ଓ ପ୍ରସାଦ ସେବନ ପୂର୍ବକ ଉଦଯାପନ କରାଯିବାର କାର୍ଯ୍ୟକ୍ରମ ରହିଥିବାର ଯଜ୍ଞ ଆୟୋଜନ କମିଟି ସୂତ୍ରରୁ ପ୍ରକାଶ କରାଯାଇଥିବାର ଜଣାଯାଇଛି ।

Post a Comment