ଜଳେଶ୍ବର ୬/୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ପୂର୍ବତନ ଜିଲ୍ଲା ଉପସଭାପତି ତଥା ବରିଷ୍ଠ ବିଜେପି ନେତା ଅରୁଣ କୁମାର ବେଜଙ୍କ ସଭାପତିତ୍ୱରେ ଭଞ୍ଜ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରବୀର ଶଙ୍କର ଦାସ, ପ୍ରହଲ୍ଲାଦ ଦାସ, ପ୍ରଦୀପ ମହାନ୍ତି, ସୁଶିଲ କୁମାର ପ୍ରଧାନ, ପରେଶ ଘୋଷ, ଗଦାଧର ସିଂହ, ସରପଞ୍ଚ ସମ୍ଭୁନାଥ ଜେନା, ଅଧିର ପାଣିଗ୍ରାହୀ, ବିନତୀ ସାହୁ,ରଞ୍ଜିତା ଗିରି, ଶକୁନ୍ତଳା ପାଳ, ଜ୍ଞାନ ରଞ୍ଜନ ଦାସ, ଅମୁଲ୍ୟ ସେନାପତି, ତରୁଣ ନାୟକ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ବିଜେପି ସଙ୍ଗଠନକୁ ମଜବୁତ କରିବା ପାଇଁ ସମସ୍ତ କାର୍ଯ୍ୟ କର୍ତ୍ତା ମାନେ ଶପଥ ନେଇଥିଲେ। ବିଗତ ୪୩ବର୍ଷ ଭିତରେ ଦଳର ୩୦୩ ସାଂସଦ ନିର୍ବାଚିତ ହୋଇଥିବା ବେଳେ ଓଡ଼ିଶାରେ ଅଧୁନା ବିଜେପିର ୨୨ ଜଣ ବିଧାୟକ ଅଛନ୍ତି ଓ ବିଧାନ ସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି ବୋଲି ନିଜର ଅଭିଭାଷଣରେ ଶ୍ରୀ ବେଜ ପ୍ରକାଶ କରିଥିଲେ । ନବନିଯୁକ୍ତ ରାଜ୍ୟ ସଭାପତି ମନ ମୋହନ ସମାଲଙ୍କ ନେତୃତ୍ବରେ ସମସ୍ତଙ୍କୁ ଏକାଠି ହୋଇ ସଂଗଠନର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ପରିଶେଷରେ ପ୍ରଦୀପ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଯୋଗଦେଇଥିଲେ।

Post a Comment