ଜଳେଶ୍ୱର ୨୩/୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ଓକିଲ ସଂଘର ବରିଷ୍ଠ ଆଇନଜୀବୀ କମଳାକାନ୍ତ ପତି(୬୪)ଙ୍କର ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ପ୍ରାୟ ଦିନ ୧୧ ଘଟିକା ସମୟରେ ପରଲୋକ ହୋଇଯାଇଛି। ସେ ଗତ କିଛି ମାସ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ସେ ଦୀର୍ଘ ବର୍ଷ ଧରି ଜଳେଶ୍ଵରରେ ଓକିଲାତି ବ୍ୟବସାୟ କରି ଆସୁଥିଲେ। ତାଙ୍କ ନିଜ ଘର ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଅନ୍ତର୍ଗତ ମାକିଡିଆ ଗ୍ରାମରେ ହୋଇଥିବା ବେଳେ ସେ ତାଙ୍କର ପରିବାର ସହ ଜଳେଶ୍ଵର ସହରର ବାସନ୍ତୀପଡିଆ ପାଖରେ ଭଡା ନେଇ ରହୁଥିଲେ।ସେ ନିଜର ଓକିଲାତି ବ୍ୟବସାୟ ବ୍ୟତୀତ ଜଳେଶ୍ବର ବାରରେ ହେଉଥିବା ବିଭିନ୍ନ ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରୁଥିଲେ।ସ୍ବର୍ଗତ ପତିଙ୍କ ବିୟୋଗରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର,ବ୍ଲକ ଅଧ୍ୟକ୍ଷ ମାନସ ଜେନା,ଉପାଧ୍ୟକ୍ଷ ସଂଚିତା ସେନାପତି, ପୂର୍ବତନ ସରପଞ୍ଚ ବ୍ରିଜେଶ ରଣା, ଦିଲ୍ଲୀପ ସାମଲ,ପଟିଆ କଲେଜର ଅଧ୍ୟାପକ ତଥା ପୂର୍ବତନ ସରପଞ୍ଚ ଚନ୍ଦନ ସାହୁ,ସମାଜସେବୀ ଆରତୀ ଦାସ,ଜିଲା ପରିଷଦ ଉପସଭାପତି ଅନୁସୟା ପ୍ରଧାନ, ସଭ୍ୟା ତୁଳସୀ କିସ୍କୁ ପ୍ରମୁଖ ଗଭୀର ଶୋକ।ପ୍ରକାଶ କରିଛନ୍ତି।ସେହିପରି ଜଳେଶ୍ୱର ଓକିଲ ସଂଘର ସଭାପତି କୁଞ୍ଜ ବିହାରୀ ଦାସ,ପୂର୍ବତନ ସଭାପତି ଅନୀଲ କୁମାର ପରିଡ଼ା, ଚିନ୍ମୟ କୁମାର ଦାସ,ସତ୍ୟ ସୁନ୍ଦର ଦାସ,ନିତ୍ୟଗୋପାଳ ଦାସ ଓ ଅବଧୂତ ଜେନା, ସରକାରୀ ଓକିଲ ପତିତପାବନ ପ୍ରଧାନ ପ୍ରମୁଖ ବହୁ ଆଇନଜୀବୀ ଗଭୀର ଶୋକପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।ଆଜି ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।ତାଙ୍କର ଏକମାତ୍ର ପୁଅ ବିଶ୍ଵଜିତ ପତି ମୁଖାଗ୍ନି ଦେଇଥିଲେ।

Post a Comment