ହରଭଙ୍ଗା ରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ


ହରଭଙ୍ଗା ୨୩/୪ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ  ଲଣ୍ଡରେଜୁର ଗ୍ରାମରେ ବ୍ଲକ ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟା ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଓଡ଼ିଆ ର ପରମ୍ପରା ରୀତିନୀତି ରେ ମାଟିମା କୁ ପୂଜା କରି, ଜମି ରେ ହଳ କରି ମୁଠି ଅନୁକୂଳ କରାଯାଇଥିଲା । ଧାନ ସହ ଏବର୍ଷ ସ୍ୱତନ୍ତ୍ର ଭାବରେ ଆନ୍ତର୍ଜାତୀୟ ମିଲଟ ବର୍ଷ ଉପଲକ୍ଷେ ମାଣ୍ଡିଆ କୁ ମଧ୍ୟ୍ୟ ବ୍ୟବହାର କରାଯାଇଛି । ଏହି ଅବସରରେ ହରାଭଙ୍ଗା କୃଷି  ସୂଚନାପରାମର୍ଶ କମିଟି ର ଅଧକ୍ଷ ପୁର୍ଣଚନ୍ଦ୍ର ଗାଈଗୌରିଆ ଙ୍କ ଅଧ୍ୟକ୍ଷତା ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷl ସ୍ନେହଲତା ପ୍ରଧାନ, ଯୋଗଦାନ କରି କୃଷି ଓ କୃଷକ ଭାଇଙ୍କ ସର୍ବାଙ୍ଗୀନ ବିକାଶ  କାମନା କରିଥିଲେ । ସଂମ୍ମାନୀତ ଅତିଥି ଭାବେ ୭ନମ୍ବର ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ବ୍ଲକ ଉପାଧକ୍ଷ ସରୋଜ କୁମାର ପ୍ରଧାନ, ସ୍ଥନୀୟ ସରପଞ୍ଚ ଶ୍ରୀବନ୍ତ ମେହେର, ଶିଶୁ ବିକାଶ ଅଧିକାରୀ ନିରୁପମା ପାଣି, ସହକାରୀ ଉଦ୍ୟାନ ଅଧିକାରୀ ଜ୍ଞାନରଞ୍ଜନ ଦିଗାଲ, ସହକାରୀ ମତ୍ସ ଅଧିକାରୀ ରାକେଶ ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁତି ମିଶ୍ର, ବ୍ଲକ କୃଷି ଅଧିକାରୀ ସବ୍ୟ ସାଚି ଦାସ ଉପସ୍ଥିତ  କୃଷି ଓ କୃଷକ ଙ୍କ ସମ୍ପର୍କିତ ବିଭିନ୍ନ ସୁବିଧା ଉପରେ ନିଜ ନିଜର ମତବ୍ୟକ୍ତ ରଖିବା ସହ ଚଳିତ ବର୍ଷ ଗୋ ସୁଗମ ପୋଟାଲ ମାଧ୍ୟମରେ ରେ ବିହନ ବୁକିଙ୍ଗ କରି ଡିଲର ମାନଙ୍କ ଠାରୁ ଚାଷୀ ମାନେ ବିହନ କ୍ରୟ ପାଇଁ ବ୍ୟବସ୍ତା ଥିବା ଉପରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ସଫଳ ଚାଷୀଙ୍କ ସମେତ ହରଭଙ୍ଗା  କୃଷି ଓ କୃଷକ ଶଶକ୍ତି କରଣ ବିଭାଗର କୃଷି ଓଭରସିଓର ସଶାଙ୍କ ଶେଖର ଦାସ ଉପସ୍ଥିତ ରହିଥିବା ବେଳେ ସହକାରୀ ଉଦ୍ୟାନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post