ଭବାନୀପାଟଣା ୨୫/୦୪ (ଶ୍ୟାମସୁନ୍ଦର ମାଝୀ) ଚାଷୀଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ, ଅଦିନିଆ ବର୍ଷା ସାଂଗକୁ କୁଆପଥର ମାଡ଼ ବାରମ୍ବାର ହୋଇ ଆସୁଥିବା ରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ର ବିଭିନ୍ନ ଅଞ୍ଚଳ ର ଚାଷୀ ଙ୍କ ଫସଲ ନଷ୍ଟ ହେବାରେ ଲାଗିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଗଡ଼ ବ୍ଲକ୍ ଦଣ୍ଡପାଟ ଅଞ୍ଚଳର କଦଳିମୁଣ୍ଡା, ହତିପଖାନ, ପଲସପାନୀ, ଦଳସର୍ଗି ସମେତ ଅନେକ ଗ୍ରାମରେ । ବେହେରା ପଞ୍ଚାୟତ ଦଲସର୍ଗି ଗ୍ରାମରଅନେକ ପନିପରିବା ଚାଷୀଙ୍କ ଚାଷ କ୍ଷତି ହୋଇଥିବା ନଜର କୁ ଆସିଛି ।ପ୍ରାୟ ପଚିଶ ରୁ ଅଧିକ ଏକର ଚାଷ ଜମିରେ ଭେଣ୍ଡି , ବାଇଗଣ,ଟମାଟୋ ସହ ଅନ୍ୟାନ୍ୟ ପନିପରିବା ଚାଷ କରାଯାଇଥିବା ବେଳେ ଲଗାତାର ବର୍ଷା ହେବାରୁ ପାଣି ଜମିଯାଇ ଫସଲ ନଷ୍ଟ ହେବା ସହ ହଜାର ହଜାର ଟଙ୍କା କ୍ଷତି ସହୁ ଥିବା ପ୍ରକାଶ କରନ୍ତି ଚାଷୀ । ଚାଷ ହି ପେଟପାଟଣା ର ଏକ ମାତ୍ର ପନ୍ଥା ହୋଇଥିବା ବେଳେ କ୍ଷୟ କ୍ଷତି ଯୋଗୁଁ ଭାଗ୍ୟକୁ ଦୋଷ ଦେଇ ହତାଶ ହୋଇ ପଡିଛନ୍ତି ଚାଷୀ । ଗ୍ରାମର ସତ୍ୟାନନ୍ଦ କାଣ୍ଡ, ରୁକ୍ମଣ ପୁଝାରୀ,ଶଙ୍କର ହଂସ, ଗଂଚୁ ହଂସ,ପ୍ରେମ କାଣ୍ଡ,ଜିମୁତ କାଣ୍ଡ,ଲଛମନ କାଣ୍ଡ,କପୁର କାଣ୍ଡ,ଗଙ୍ଗା କାଣ୍ଡ,ଭାସ୍କର କାଣ୍ଡ,ଶ୍ରୀହରି କାଣ୍ଡ,ତ୍ରିନାଥ କାଣ୍ଡ,ହିମାଞ୍ଚଳ କାଣ୍ଡ,ରତ୍ନାକର କାଣ୍ଡ,ଚମ୍ପେଶ୍ୱର କାଣ୍ଡ,ଗଣେଶ କାଣ୍ଡ, ପର୍ଶୁରାମ କାଣ୍ଡ ପ୍ରମୁଖ ଙ୍କ ସର୍ବାଧିକ କ୍ଷୟକ୍ଷତି ହୋଇ ଥିବା ଅଭିଯୋଗ କରିଛନ୍ତି ।ଏନେଇ ଧର୍ମଗଡ଼ ଏଚ୍ ଇ ଡବ୍ଲୁ ଦେବିପ୍ରସାଦ ତାଣ୍ଡି ଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଚାଷ ଜମି ତଦନ୍ତ କରି ସରକାରୀ ସହାୟତା ଦିଆ ଯିବ ବୋଲି କହିଥିଲେ ।

Post a Comment