ଜଳେଶ୍ୱର, ୨୩/୦୪ (ଜଗନ୍ନାଥ ଗୋଛାୟତ): ଓଡିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦ ମିଳିତ ସହଯୋଗରେ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଦୀନକୃଷ୍ଣ ସ୍ମୃତି ମଣ୍ଡପ, ମୁଣୁତୁଣିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ରାଧାଗୋବିନ୍ଦ କୁଇଲା, ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କାଳିପଦ ପଣ୍ଡା, ଡ.ରମାକାନ୍ତ ଭଂଜ, ପଶ୍ଚିମବଙ୍ଗର କବି ସୁନୀଲ ମାଝୀ ପ୍ରମୁଖ ଯୋଗଦେଇ ମଧ୍ୟଯୁଗୀୟ ଓଡିଆ ସାହିତ୍ୟ ଜଗତର ଉଜ୍ଜଳ ପ୍ରତିଭା ତଥା ବୈଷ୍ଣବ କାବ୍ୟଧାରାର ଅନ୍ୟତମ ଯୁଗ ପ୍ରବର୍ତକ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଉଲ୍ଲେଖନୀୟ ସାରସ୍ୱତ କୃତିର ମନ୍ଥନ କରିଥିଲେ । ସଭା ପ୍ରାରମ୍ଭରେ ଦୀନକୃଷ୍ଣ ସ୍ମୃତି ପରିଷଦ ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଯୋଗେଶ ଚନ୍ଦ୍ର ରାଉଳ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିବା ସହିତ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଡ. ମନ୍ମଥ ପ୍ରଧାନ, ଡ. ବିବେକାନନ୍ଦ ସାହୁ, କପିଳେଶ୍ୱର ମହାନ୍ତି, ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତୀ, ଯୁଗେଶ ଚନ୍ଦ୍ର ରାଉଳ ପ୍ରମୁଖ ୨୩ଜଣ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଦିବସ ବ୍ୟାପୀ ବିଷୁବ କବି ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ଶିକ୍ଷକ ଅଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment