ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ


ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ର ଶାଳୀକୋଠା ସ୍ଥିତ ବଗେଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟ ସଂସ୍କୃତି ଭବନ ପରିସରରେ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ସଭାରେ ଶରତ ଚନ୍ଦ୍ର ପ୍ରଧାନଙ୍କର ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର ଯୋଗଦେଇ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବ୍ୟକ୍ତା ଭାବେ ଋତ୍ଵିକ କେଦାରନାଥ ମହାନ୍ତି, ସମ୍ମାନିତ ଅତିଥି ଭାବେ ବଗେଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ବିବେକାନନ୍ଦ ସାହୁ ଯୋଗଦେଇଥିଲେ । ସଭାରେ ମଞ୍ଚ ଆହ୍ୱାନ ତଥା ଅତିଥି ପରିଚୟ ପ୍ରଦାନ ପରିଷଦର ସମ୍ପାଦକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପରିଡ଼ା, ସଭାରେ ବେଦପାଠ କରିଥିଲେ କିରଣ କୁମାର ଦାସ, ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଗୁରୁ ପ୍ରମଦ କୁମାର ପଣ୍ଡା ଓ ମହେଶ୍ୱର ପ୍ରଧାନ, ପାରିଷଦର ସମ୍ପାଦକ ସୁଧାଂଶୁ ଶେଖର ପ୍ରଧାନ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିବାବେଳେ ପଦ୍ମନାଭ ପ୍ରଧାନ କବିତା ପାଠ କରିଥିଲେ। ଶ୍ରୀଯୁକ୍ତ ଫଣିଦ୍ର ନାଥ ପରିଡ଼ାଙ୍କୁ ଶତାୟୁ ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କ୍ଷେତ୍ରମୋହନ ଗିରି, ଶରତ କୁମାର ପଣ୍ଡା, ଦେବି କୁମାର ପଣ୍ଡା ଅଭିଭାଷଣ ରଖିଥିଲେ। ପରିଷଦ ଦ୍ବାରା ତିନୋଟି ପୁସ୍ତକ ଉନ୍ମୋଚନ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ପାତ୍ର ଓ ଆଧ୍ୟାପିକା ସୁଜାତାରାଣୀ ଦାସ ମଞ୍ଚପରିଚାଳନା କରିଥିଲେ।ପରିଶେଷରେ ପୁର୍ଣ୍ଣଚନ୍ଦ୍ର ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post