ଜୁନାଗଡ଼ ୧୦/୦୪ (ଧୀରେନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଘୁମେରଗୁଡ଼ା (ତଲପଡ଼ା) ର ଦୁଇ ଭଉଣୀ ବାପା ମାଁ ଙ୍କୁ ହରାଇ ଆଜିକୁ ୪ ରୁ ୫ ବର୍ଷ ହେବ ଅସହାୟ ହୋଇ ପଡିଛନ୍ତି । ଗରିବ ନିଃସହାୟଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରିଛି,ହେଲେ ତୃଣମୂଳ ସ୍ତର ରେ କାମ କରୁଥିବା ସରକାରି ଅଧିକାରୀ ମାନେ ହିତାଧିକାରୀ ଙ୍କ ନିକଟରେ ଏହି ଯୋଜନା ଠିକ ଭାବେ ପହଞ୍ଚାଇ ପାରୁନାହାଁନ୍ତି । ଦାରିଦ୍ର୍ୟତା କାସଘାତ ରେ ସଡୁଛନ୍ତି ଦୁଇ ଭଉଣୀ,ବଡ ଭଉଣୀ କୁଲି ମଜୁରି କରି ସାନ ଭଉଣୀ ର ପେଟ ପାଇଁ ଜିଉ ଥିବା ବେଳେ କାମ କରି ଦୟନୀୟ ଅବସ୍ଥାରେ ଚଲୁଛନ୍ତି । ଦୁଇ ଭଉଣୀ ଛୋଟ ଥିବା ବେଳେ ବାପା କର୍କଟ ରୋଗର ଶିକାର ହୋଇଥିବା ବେଳେ ମାଁ ସୁଗର ରୋଗ ର ଶିକାର ହୋଇ ଆରପାରି କୁ ଚାଲିଗଲେ । ସେ ଦିନ ରୁ ଦୁଇ ଭଉଣୀ ଅନାଥ ହୋଇ କଷ୍ଟେ ମଷ୍ଟେ ଚଲୁଛନ୍ତି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି,କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧିନ ରେ ଥିବା ଘୂମେରଗୁଡ଼ା ତଲପଡ଼ା ଠାରେ । ଖପର ଘର ଛାତ ଉପରୁ ପଡୁଛି ବାଉଁଶ ଓ ଖପର,ବାସନ କୁସନ ଉପରେ ଉଳନ୍ଦୁ ପଡ଼ି ଗଲାଣି । ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଘର ଖଣ୍ଡିକ ଏଇଠି ବସ ବାସ କରନ୍ତି ଦୁଇ ଭଉଣୀ,ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଘୂମେର ଗୁଡ଼ା (ତଳ ପଡ଼ା) ଗାଁ ର ବାସନ୍ତୀ କାଣ୍ଡ(୨୧) ଓ ଖିରମତି କାଣ୍ଡ(୮) ,୫ ବର୍ଷ ହେବ ଏମାନଙ୍କ ବାପା ଆର ପାରିକୁ ଚାଲିଯାଇଥିବା ବେଳେ ମାଁ କୁଲି ମଜୁରି କରି ଏମାନଙ୍କୁ ବଡ଼ କରିଥଲେ । ହେଲେ ଗତ ତିନି ବର୍ଷ ହେଲା ସୂଗର ରୋଗ ର ଶିକାର ହୋଇ ମାଁ ମଧ୍ୟ ଆର ପାରିକୁ ଚାଲିଗଲେ । ସେହିଁ ଦିନ ରୁ ଏହା ଘରେ ତା ଘରେ କୁଲି ମଜୁରି କରି ସେଥିରୁ ଚଲୁଁଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ ଘରେ ବସ ବାସ କରୁଥିବା ବେଳେ,ଏ ମାନଙ୍କ ପାଖରେ କୋଣଶି ସରକାରୀ ଯୋଜନା ରେ ସାମିଲ ହୋଇ ନ ଥିବା ଦୁଇ ଭଉଣୀ ଅଭିଯୋଗ କରନ୍ତି । ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ବାସନ୍ତୀ ଓ ଖିରମତୀ କାଣ୍ଡ ଙ୍କୁ ସରକାର ଯୋଜନା କହିଲେ ମାତ୍ର ୧୦ କେ.ଜି.ଚାଉଳ ସିଏ ପୁଣି ମାଁ ଙ୍କ ୫ କେ.ଜି,ସାନ ଭଉଣୀ ର ଆଜି କୁ ୭ ରୁ ୮ ବର୍ଷ ହେବ ଚାଉଳ ମିଳୁନାହିଁ ରାସନ କାର୍ଡ ନମ୍ୱର (୧୫୦୫୦୮୧୨୧୬୪) କାର୍ଡ ରୁ ମୃତ୍ୟ ବ୍ୟକ୍ତି ଙ୍କ ନାମ ମଧ୍ୟ କଟା ହୋଇନାହିଁ,(-୧)ଖାତା କରି ଚାଉଳ ଉଠାଉଥିବା ସନ୍ଦେହ ହେଉଛି,ବାପା ମାଁ ଆର ପାରିକୁ ଚାଲିଯିବା ପରେ ଦୁଇ ଭଉଣୀ ସଂଘର୍ଷ କରି ଚଳୁଥିବା ବେଳେ,ଅନ୍ୟ ଯୋଜନା ଗୁଡ଼ିକ ରୁ ବଞ୍ଚିତ ହେଉଛନ୍ତି । ସାହି ପଡୋଶୀ ତଥା ଗାଁ ଲୋକ ଏହି ଦୁଇ ଭଉଣୀ କୁ ସାହାଯ୍ୟ କରୁଥିବା ଜଣାପଡିଛି ପ୍ରଶାସନ ପକ୍ଷରୁ କିଏ ବି ଦୃଷ୍ଟି ଆକର୍ଷଣ କରୁନଥିବା ମତ ପ୍ରକାଶ କରିଛନ୍ତି । ଏଣୁ ବ୍ଲକ ପ୍ରଶାସନ ତଥା ସରକାର ଏଭଳି ସମ୍ଭେଦନ ଶିଳ ଘଟଣା କୁ ତୁରନ୍ତ ଦୃଷ୍ଟି ଦେଇ ଏ ମାନଙ୍କୁ ସହାୟତା ର ହାତ ବଢ଼ାଇବା ଜରୁରୀ ବୋଲି ସାଧାରଣ ଦାବୀ ହେଉଛି ।

Post a Comment