କଳାହାଣ୍ଡି ,(ଶ୍ୟାମସୁନ୍ଦର ମାଝୀ) ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଶିକ୍ଷାଭିତ୍ତିକ ପତ୍ରିକା 'ଜ୍ଞାନ ପ୍ରକାଶ 'ର ବାର୍ଷିକ ଜାତୀୟ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡା ଗ୍ରାମର ଅବିନାଶ ଦୁର୍ଗାଙ୍କୁ କବିତା ତଥା ସାହିତ୍ୟ କ୍ଷେତ୍ରରେ ପାରିଦର୍ଶିତା ପାଇଁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଅଗ୍ନିଶମ ବିଭାଗ ମୁଖ୍ୟ ମହେଶ୍ୱର ସ୍ୱାଇଁ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ମେହେର, ନୀତିଶ ସିହ୍ନା, ଚିତ୍ତରଞ୍ଜନ ପାଣିଗ୍ରାହୀ , ଲକ୍ଷ୍ମୀଧର ବେହେରା ଓ ବିଶିଷ୍ଟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଯୋଗଦେଇ ଥିଲେ । ଏଥିସହ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଯଥା ନୂଆଦିଲ୍ଲୀ, ଝାରଖଣ୍ଡ, ବିହାର, ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ ପ୍ରଭୁତି ରାଜ୍ୟରୁ କବି ତଥା ବିଦ୍ୱାନ ଅଂଶଗ୍ରହଣ କରି ଭାଷା, ସାହିତ୍ୟ,ସଂସ୍କୃତି ଓ ଭାରତୀୟ ଶିକ୍ଷା ପରମ୍ପରା ଉପରେ ଆଲୋକପାତ କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ଦୁର୍ଗା ବର୍ତ୍ତମାନ ଧର୍ମଗଡ଼ ବ୍ଲକ ଟିପିଗୁଡା ପଞ୍ଚାୟତର ରଏନଗୁଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାସହ କବିତା ଓ ସାହିତ୍ୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ଜାଣିବାକୁ ପାଇ ଜିଲ୍ଲାର ବିଭିନ୍ନ କୋଣରୁ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଜାଣିବାକୁ ମିଳିଛି ।

Post a Comment