ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରେ ମନରେଗା ଓ ଆବାସ ଦୁର୍ନୀତି ନେଇ ବାରମ୍ବାର. ଅଭିଯୋଗ ହୋଇ ଆସୁଛି। ହରଭଙ୍ଗା ବ୍ଲକ୍ ର ଲୁଣିବାହାଲ ଗ୍ରାମ ପଞ୍ଚାୟତ ରେ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ବନୀକରଣ ନାମ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ଏବଂ ଆବାସ ଯୋଜନା ରେ ମଧ୍ୟ ଘର ନିର୍ମାଣ ନ ହୋଇ ଟଙ୍କା ହଡ଼ପ ହୋଇଥିବା ପଞ୍ଚାୟତ ବାସି ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ଜାନି ଙ୍କ ନାମରେ ସୋମବାର ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ହୋଇଥିବା ଜିଲାପାଳଙ୍କ ଅଭିଯୋଗ ଶିବିର ରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ଠାରୁ ଭୂତେସ୍ଵର ମନ୍ଦିର, ଜାତୀୟ ରାଜପଥ ଠାରୁ ମଧୁସୂଦନପୂର ରାସ୍ତା, କଣ୍ଟିଆପଦର ଠାରୁ ତାଲପଦର ରାସ୍ତା, ଆଦି ରାସ୍ତା ରେ ରାସ୍ତା ପାର୍ଶ୍ୱ ବନୀକରଣ ଏବଂ ବଡ଼ବନ୍ଧ କନ୍ଯାଶ୍ରମ ଖେଳ ପଡିଆ ଚତୁପାର୍ଶ୍ୱର ଓ ବାରବାଣୀ ବିଦ୍ୟାଳୟ ଚତୁପାର୍ଶ୍ୱରେ ମନରେଗା ଯୋଜନାରେ ବନୀକରଣ ହୋଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବିଲ୍ସ ହୋଇଥିବା ସରକାରୀ ତଥ୍ୟ ରୁ ଜଣାଯାଇଛି।
କିନ୍ତୁ ବାସ୍ତବରେ କୌଣସି ବନୀକରଣ ହୋଇନଥିବା ଲୁଣିବାହାଲ ପଞ୍ଚାୟତ ର ସନ୍ତୋଷ ପ୍ରଧାନ, ଅନିଲ ଭୋକ୍ତା, ଶ୍ରୀକାନ୍ତ ପ୍ରଧାନ ପ୍ରମୂଖ ଅଭିଯୋଗ କରିଛନ୍ତି। ସେହିପରି ଲୁଣିବାହାଲ ପଞ୍ଚାୟତ ର ସୁକପାଳି ଗ୍ରାମର ସ୍ନେହଲତା ଷଡଙ୍ଗୀ ୨୦୧୯-୨୦ ଆର୍ଥିକ ବର୍ଷ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏକଲକ୍ଷ କୋଡ଼ିଏ ହଜାର ଟଙ୍କା, ସୁକପାଳି ଗ୍ରାମର ବିଜୟ ଷଡଙ୍ଗୀ ଙ୍କ ନାମରେ ୧୨୦୦୦୦ ଏବଂ ଯୁବରାଜପୂର ଗ୍ରାମର ଭୂମିସୁତା ପ୍ରଧାନ ଙ୍କ ନାମରେ ୯୦୦୦୦ ଟଙ୍କା ଉଠିଥିବା ନେଇ ସରକାରୀ ତଥ୍ୟ ରେ ଦର୍ଶାଯାଇଛି କିନ୍ତୁ ଏହି ହିତାଧିକାରୀ ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଘର ନିର୍ମାଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ କୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଆବାସ ର ଅଭିଯୋଗ କୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବନୀକରଣ ରେ ହୋଇଥିବା ଦୁର୍ନୀତି ଅଭିଯୋଗ କୁ ଜିଲା ବନ୍ୟ ଅଧିକାରୀଙ୍କୁ ତଦନ୍ତ ପାଇଁ ପ୍ରେରଣ କରିଛନ୍ତି। ତେବେ ଏହାର ସଠିକ୍ ଭାବେ ତଦନ୍ତ କରାଗଲେ ସବୁ ଦୁର୍ନୀତି ସାମ୍ନା କୁ ଆସିବା ସହିତ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପଞ୍ଚାୟତ ବାସୀ ଆସା ବାନ୍ଧିଛନ୍ତି।
Post a Comment