କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ ତରଭୁଜ ଓ ଡ଼ାଳୁଅ ଧାନ ନଷ୍ଟ

ଚାଷୀ ମୁଣ୍ଡରେ ଚଡ଼କ, ସରକାରୀ ସହାୟତା ପାଇଁ ଦାବୀ

କୁଆପଥର ମାଡ଼ ସହ ଉଡିଲା ଚାଳ ଛପର

ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ଆଜି ଦିନ ତମାମ ମୁଣ୍ଡ ଫଟା ଖରା ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ହଠାତ ଅପରାହ୍ନ ରେ ପାଗ ପରିବର୍ତ୍ତନ ସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କେତେକ ସ୍ଥାନ ରେ କୁଆ ପଥର ବର୍ଷାସହ ଝଡ଼ ପଵନ ହେବା ନେଇ ଦେଖିବାକୁ ମିଳିଥିଲା । କିନ୍ତୁ ଏହାର ଅତ୍ୟଧିକ ପ୍ରଭାବ ବିଶେଷ କରି ବ୍ଲକର ରାମଗଡ଼ ପଞ୍ଚାୟତ ରେ ଭୀଷଣ କୁଆପଥର ହେବାସହ ଲୋକଙ୍କ ଚାଳ ଛପର ଉଡାଇ ନେଇଥିବା ଦେଖିବାକୁ ମିଳିଛି । ଏହି ପ୍ରଭାବ ରେ ରାମଗଡ଼ ଗ୍ରାମରେ ପ୍ରାୟ ୭୦ ରୁ ୮୦ଗୋଟି ପରିବାର ୨୨ହେକ୍ଟର ଚାଷ ଜମିରେ ତରଭୁଜ ଚାଷ କରିଥିବା ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ପ୍ରଗଳପୁର ଓ ପଲଶାପାଟ ଗ୍ରାମ ରେ ହୋଇଥିବା ଏକର ଏକର ଜମିର ଡ଼ାଳୁଅ ଧାନ ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ସତେ ଯେମିତି ଅଦିନିଆ କାଳ ବୈଶାଖୀ ରାମଗଡ଼ ପଞ୍ଚାୟତ ଏକ କାଳ ଭଳି କିଛି ସମୟ କାୟା ବିସ୍ତାର କରି ରହିଥିଲା । ଏହାର ନିଶ୍ଚକ ସତ୍ୟ ଘଟଣା ଏବେବି ଆମ୍ବ ଗଛ ତଳେ କୁଢ଼ କୁଢ଼ ସଦ୍ୟଆମ୍ବ ଫଳ ପଡି ରହିଛି । ତରଭୁଜ ଚାଷ ନଷ୍ଟ ହେବାସହ କୋଇଲିସୁତା, ରାମଗଡ ଗ୍ରାମରେକେତେକ ପରିବାରର ଚାଳ ଛପର ଉଠିଯିବା ର ସତ୍ୟତା ପରେ ଟନ ଟନ ତରଭୁଜ କୁଆପଥର ମାଡ଼ ରେ ପଚି ସଢ଼ି ନଷ୍ଟ ହୋଇଥିବା ଦେଖିବାକୁମିଳିଛି । ଅଦିନିଆ ବାତ୍ୟା ପ୍ରଭାବକୁ ଅନୁଧ୍ୟାନ କରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀ, ଓ କୃଷି ବିଭାଗ ର କର୍ମଚାରୀ ବିଭିନ୍ନ କ୍ଷୟ କ୍ଷତିର କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ , ମଦନ ସାହୁ, ଛବି ଗାଈଗୌରିଆ,ସତ୍ୟବାନ ଥାଟି ଅଶୋକ ଭୋକ୍ତା, ଶୁଭେନ୍ଦୁ ଯୋଶୀ, ସୁବ୍ରତ ବେହେରା ପ୍ରମୁଖ ସମସ୍ତ ଚାଷୀ ମାନେ ଅଧିକାରୀଙ୍କୁ ଘେରି ତୁରନ୍ତ କ୍ଷୟ କ୍ଷତିର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି।

Post a Comment

Previous Post Next Post