ଜଳେଶ୍ୱର (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ କୃଷି କାର୍ଯ୍ୟାଳୟରେ କୃଷି ଓ କୃଷକ ଦିବସ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଆଜି ଚଷା ପୁଅ ବିଲରେ ଅଖିମୁଠି ଅନୁକୂଳ କରି ବିହନ ବୁଣେ। ଭଲ ବର୍ଷା ପାଇଁ ପ୍ରକ୍ରୂତିକୂ ପୂଜା କରି ନିବେଦନ କରେ। ବର୍ଷକର ଚାଷ ପାଇଁ ହଳ ଲଙ୍ଗଳ ସହିତ ପ୍ରସ୍ତୁତ ହୁଏ। ଆଜି ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅନୁକୂଳର ଦିନ, ପୁଣି ଆଜି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ହୁଏ। ଏପରି ଶୁଭ ଦିନରେ ଜଳେଶ୍ଵର ବ୍ଲକ କୃଷି କାର୍ଯ୍ୟାଳୟରେ କୃଷି ବିଭାଗ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ଆତ୍ମାର ଅଧ୍ୟକ୍ଷ ଲଛମନ ପାତ୍ର ପୌରହିତ୍ୟ କରିଥିଲେ।ମୁଖ୍ୟ ଅତିଥି ରୂପେ କୃଷି ଜିଲା ଅଧିକାରୀ ପ୍ରଦୀପ ମହାନ୍ତି, ସମ୍ମାନିତ ଅତିଥି ରୂପେ ବ୍ଲକ କୃଷି ଷ୍ଟେଣ୍ଡିଂ କମିଟି ଅଧ୍ୟକ୍ଷ ତଥା ଲକ୍ଷ୍ମଣନାଥ ସମିତି ସଦସ୍ୟ ଜିତେନ୍ଦ୍ର ଦାସ, କଳମା ସରପଞ୍ଚ ସୁବିନିତା ଦତ୍ତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ଲୋକପ୍ରତିନିଧି, ଚାଷୀ ମାନେ ଯୋଗ ଦାନ କରିଥିଲେ। ଚାଷକୁ କିଭଳି ଉନ୍ନତ ପ୍ରଣାଳୀ ଦ୍ୱାରା କରା ଯାଇ ଅଧିକ ଲାଭବାନ କରାଯାଇ ପାରିବ ତାହା ଉପରେ ସମସ୍ତ ଅତିଥି ମାନେ ମତ ପ୍ରକାଶ କରିଥିଲେ।ସରକାରଙ୍କ ବିଭିନ୍ନ କୃଷି ଯୋଜନା ଉପରେ ବ୍ଲକ କୃଷି ଅଧିକାରୀ ସଞ୍ଜୟ କୁମାର ରାଉତ ଆଲୋକପାତ କରିଥିଲେ। ଶେଷରେ ସହକାରୀ କୃଷି ଅଧିକାରିଣୀ ରାଜଲଷ୍ମୀ ମହାନ୍ତି ଧନ୍ୟବାଦ ଦେଇଥିଲେ।
ଜଳେଶ୍ୱର କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ
ଆଜତକ ଓଡ଼ିଶା
0
Post a Comment