ଜଳେଶ୍ୱର ୨୩/୪ (ଜଗନ୍ନାଥ ଗୋଛାୟତ) ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜନ୍ମପୀଠ ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଖୁଦିଆମାଝୀସାହି ପଂଚାୟତର ମୁଣତୁଣିଆଠାରେ କବି ଦୀନକୃଷ୍ଣ ଦାସଙ୍କ ୪୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ପାଳିତ ହୋଇଯାଇଛି।ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଦୀନକୃଷ୍ଣ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏକାଡେମୀ ସଦସ୍ୟ କବି ଭରତ ଚନ୍ଦ୍ର ଦାଶ ସଭାପତିତ୍ବ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳଙ୍କ ଉଦ୍ୟମ କ୍ରମେ ଦୀନକୃଷ୍ଣ ଦାସଙ୍କ ସ୍ମୃତିପୀଠର ଉନ୍ନତି ଏବଂ କବିଙ୍କ କୀର୍ତିରାଜିର ପ୍ରସାର ସମ୍ଭବପର ହୋଇଛି ବୋଲି ମୁଖ୍ୟ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କାଳିପଦ ପଣ୍ଡା ମତ ବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ରୂପେ ପ୍ରଫେସର ଡ଼. ରାଧାଗୋବିନ୍ଦ କୁଇଲା ଦୀନକୃଷ୍ଣ ଦାସଙ୍କର କାଳଜୟୀ ସୃଷ୍ଟି ରସକୋଲ୍ଲଳ ଏକ ଏବଂ ଅନନ୍ୟା ହୋଇ ଯୁଗେ ଯୁଗେ ଓଡ଼ିଶା ସାହିତ୍ୟକୁ ଦିଗଦର୍ଶନ କରୁଥିବ ବୋଲି ମତ ବ୍ୟକ୍ତ କରିଥିଲେ। ଦ୍ୱିତୀୟ ଅଧିବେଶନରେ ପରିଷଦର ସଭାପତି ଡ଼ଃ ରମାକାନ୍ତ ଭଞ୍ଜ ସଭାପତିତ୍ୱ କରିଥଲେ।କବି ବ୍ରଜେନ୍ଦ୍ର ନାଥ ଗିରି କବିତା ପାଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବରେଣ୍ୟ ଅତିଥି ଭାବେ ପ୍ରଫେସର ରବୀନ୍ଦ୍ର ବିଶ୍ୱାଳ, କବି ସୁନୀଲ ମାଝି, ଅଧ୍ୟାପକ ନିରଞ୍ଜନ ବେହେରା, କଲ୍ୟାଣୀ ନନ୍ଦ, ସର୍ବେଶ୍ୱର ଜେନା, ଅଧ୍ୟାପକ ଦୟାନିଧି ସାହୁ, ଇନ୍ଦୁମତୀ ଗିରି, କବି ଶ୍ରୀକୁମାର, ସମାଜସେବୀ ସଂଗ୍ରାମ କେଶରୀ ପରିଡା ରାଜ୍ୟ ଏବଂ ରାଜ୍ୟ ବାହାରୁ ଶତାଧିକ କବି,କବୟିତ୍ରୀ, ବୁଦ୍ଧିଜୀବି ମାନେ ଯୋଗ ଦାନ କରି ନିଜର କବିତା ପାଠ କରିଥିଲେ।କବିଙ୍କ ସ୍ମୃତିପୀଠର ସଦସ୍ୟ ତପନ ସାହୁ, ବିପ୍ଳବ ପ୍ରଧାନ, ରହିମ ରଞ୍ଜନ ଦେ, ଜଗଦିଶ ସାହୁ,ତରୁଣ ସାହୁ, ସୁଶାନ୍ତ ଘୋଷ, ସନ୍ତୋଷ ସାହୁ, କାର୍ତିକ ଘୋଷ, ଶିଶିର ପ୍ରଧାନ,ଦୀପକ ସାହୁ ପ୍ରମୁଖ ଉକ୍ତ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ବରିଷ୍ଠ କ୍ରୀଡ଼ାବିତ, ସମାଜସେବୀ, କବିମାନଙ୍କୁ ସମ୍ମାନିତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ କବି ବଙ୍କିମ ଚନ୍ଦ୍ର ଦେଙ୍କ ରଚିତ" ପୁଷ୍ପାଞ୍ଜଳି", ଡ଼ଃ ସମୀର କୁମାର ହୁଇଙ୍କ ଦ୍ୱାରା ରଚିତ"କୋଟସ ଫର ଟ୍ରେଜେର",ଗାଳ୍ପିକ ଜଗନ୍ନାଥ ପ୍ରଧାନଙ୍କ ଦ୍ୱାରା ରଚିତ "ଭିନ୍ନ ଏକ ମଣିଷ" ଓ କବି ଅନନ୍ତ କୁମାର ମହାନ୍ତିଙ୍କ ରଚିତ "ସମୟ ଅଫେରା ନଈ" ପ୍ରମୁଖ ପୁସ୍ତକ ଉନ୍ମୋଚିତ ହୋଇଥିଲା।ସେହିପରି ଅନୁଷ୍ଠାନର ମୁଖପତ୍ର "ସମକାଳୀନ ସାହିତ୍ୟ"କୁ ମଧ୍ୟ ମୁଖ୍ୟଅତିଥି ଉନ୍ମୋଚିତ କରିଥିଲେ।ପ୍ରାରମ୍ଭରେ କବି ଯୋଗେଶ ଚନ୍ଦ୍ର ରାଉଳ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ।ସ୍ବରଶୋଭିତ ଘୋଷ, ଦୀପାଳି ମଲ୍ଲିକ, ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ।ଶେଷରେ ଡ଼ଃ ଅଜିତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ସନ୍ଧ୍ୟାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରେରିତ ପୁରୀର ଗୋଟିପୁଅ ନୃତ୍ୟ ଦଳ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲେ।

Post a Comment