ଶ୍ରୀରାମ ନବମୀରେ ଦେବଗଡ଼ ଗ୍ରାମରେରହିଛି ଅନନ୍ୟ ପରମ୍ପରା ; ରାମ, ସୀତା ଲକ୍ଷ୍ମଣ, ହନୁମାନ ଙ୍କ ସହ ପୂଜା ପାଆନ୍ତି ଉର୍ମିଳା


ହରଭଙ୍ଗା : ୩/୪ (ସୁଶାନ୍ତ କୁମାର ବେହେରା) ମାର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଥିବା ବେଳେ ଵର୍ତମାନ ପୁର ପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପୂଜାର୍ଚନା ରେ ଅଞ୍ଚଳ ଭକ୍ତି ମୟ ଉତ୍ସବ ମୁଖର ହୋଇପଡିଛି । ହରଭଙ୍ଗା ବ୍ଲକ ର ବିଭିନ୍ନ ଗ୍ରାମରେ ପ୍ରଭୁ ଶ୍ରୀ ରାମ ଙ୍କ ନବମୀ ପୂଜା ନିଷ୍ଠା ଭକ୍ତି ରସହ ଅନୁଷ୍ଠିତ ହେଉଥିବା ବେଳେ ସେଥିମଧ୍ୟରୁ  ବ୍ଲକ ର ଦେବଗଡ଼ ଗ୍ରାମରେ ଉକ୍ତ ପୂଜା ଅର୍ଚନା ଅନନ୍ୟ । ଗ୍ରାମଲୋକଙ୍କ ମତ ଅନୁଯାଇ ଦୀର୍ଘ ୨୦୦ ବର୍ଷ ହେବ ଗ୍ରାମରେ ରାମ ନବମୀ ପୂଜା ହୋଇ ଆସୁଥିବା ବେଳେ ସେ ସମୟ ର ରାଜା ଯୋଗୀନ୍ଦ୍ର ଦେବ ଙ୍କ ଅମଳରୁ ଏହି ପୂଜା ହୋଇଆସୁଛି । ରାଜା ହାତୀ ମାନଙ୍କ ଦ୍ୱାରା ବାହାର ରାଜ୍ୟରୁ ବିଗ୍ରହଙ୍କୁ ଆଣି ଦେବଗଡ଼ ଗ୍ରାମରେ ସ୍ଥାପିତ କରିବାସହ  ଜିଲ୍ଲା ର ପ୍ରଥମେ ଉକ୍ତ ଗ୍ରାମରେ ରାମ ନବମୀ ପୂଜାପାଳିତ କରିଥିଲେ । ରାଜାଙ୍କ ତତ୍ୱାବଧାନ ରେ ପୂଜା ହୋଇ ଆସୁଥିବା ବେଳେ ସେ ସମୟ ର ରାଜାଙ୍କ ବିଭିନ୍ନ ଅଟାଳିକା, ରାଜାଙ୍କ ବିଶ୍ରାମ ଗୃହ ଆଦି ମନ୍ଦିର ନିକଟରେ ଅର୍ଦ୍ଧଭଗ୍ନ ହୋଇ ଅବହେଳିତ ଭାବେ ଆଜି ପଡି ରହିଛି । ଉକ୍ତ ମନ୍ଦିର ରେ ପ୍ରଭୁ ଶ୍ରୀରାମ,ସୀତା ଦେବୀ, ହନୁମାନ ଲକ୍ଷ୍ମଣ ପୂଜା ପାଉଥିବା ବେଳେ ମାତା ଉର୍ମିଳା ଙ୍କୁ ମଧ୍ୟ୍ୟ ପୂଜା କରାଯାଇଥାଏ । ପ୍ରତ୍ୟକ ସ୍ଥାନ ରେ ପ୍ରଭୁ ଶ୍ରୀରାମ, ସୀତା, ଲକ୍ଷ୍ମଣ ହନୁମାନ ପୂଜା ପାଉଥିବା ବେଳେ ଏଠାରେ ଉର୍ମିଳା ଙ୍କ ପୂଜା ହେଉଥୁବାରୁ ଦୈନିକ ବହୁ ଭକ୍ତ, ପର୍ୟ୍ୟଟକ ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏପରିକି ଗ୍ରାମରେ ରାଜାଙ୍କ ଅମଳ ରୁ ଏହି ନବମୀ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହାକୁ ଗ୍ରାମବାସୀ ବହୁ ଧୁମଧାମ ରେ ପାଳନ କରିବା ସହ  ପ୍ରତ୍ୟକ ଦିନ ରାମଲୀଳା ନାଟକ, ନାମ ସଂକୀର୍ତନ, ହୋମ ଯଜ୍ଞ ଆଦି କରାଯାଇଥାଏ । ଏପରିକି ଚଳିତ ବର୍ଷ ଶ୍ରୀ ରଘୁନାଥ ନାଟ୍ୟ ସଂସଦ ଦ୍ୱାରା ପ୍ରତ୍ୟକ ଦିନ ରାମଲୀଳା ସହ ଆସନ୍ତା 6 ତାରିଖ ରେ ରାବଣ ପୋଡି ଭଳି କାର୍ଯ୍ୟକ୍ରମ ରଖିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମ କୁ ନାଟ୍ୟ ସଂସଦ ସଭାପତି କୁମୁଦ ମାଝୀ, ସମ୍ପାଦକ ଦୁର୍ଗା ଚରଣ ମହାକୁଡ଼, ଭୁବନ ବିଶ୍ୱାଳ, ଯୁଗେଶ୍ୱର ଅମାତ, ଜୟ କିଶୋର ଅମାତ, ଭବନି ବିଶ୍ୱାଳ ଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସୀ ସହଯୋଗ ରେ ଅନୁଷ୍ଠିତ ହେଉଥିବା ନେଇ କମିଟି ପକ୍ଷରୁ ଜଣାପଡିଛି । ସେହିପରି ହରଭଙ୍ଗା ବ୍ଲକ ର ଶ୍ୟାମସୁନ୍ଦର ପୁର, ଶୁକପାଲି, ପିତାମ୍ବର ପୁର,ମାନିକପୁର, ବାମଣ୍ଡା, ସରସରା, କେଳାକଟା, ବିରିଗଡ଼, ବରଝୁଲି, ଆଦି ଗ୍ରାମରେ ଧୁମ ଧାମ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପାଳିତ ହେଉଥିବା ଜଣାପଡିଛି ।

Post a Comment

Previous Post Next Post