ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ


ସଇଁନ୍ତଲା : (ଗଣେଶ ଦାସ) ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଓଡ଼ିଶାର ପରମ୍ପରା, ଐତିହ୍ୟ, ଚଳଣି ବହୁ ପ୍ରାଚୀନ ଏବଂ ଶ୍ରେଷ୍ଠ । ପ୍ରତ୍ୟେକ ଓଡ଼ିଆ ପ୍ରାଣଭରି ଏହାକୁ ଭଲପାଇ ଏହାର ରକ୍ଷା ପାଇଁ କାର୍ଯ୍ୟ କରିବା ଉଚିତ୍ । ଅନ୍ୟ ଭାଷା ଶିକ୍ଷା କର, କିନ୍ତୁ ନିଜର ସୁନ୍ଦର ମାତୃଭାଷା, କଥା, ଗାଥା, ଚଳଣି, ସଂସ୍କୃତି ସାହିତ୍ୟକୁ ନ ଭୁଲି ନିଜ ନିଜର ସତ୍ ବାଟରେ ଆଗେଇ ଚାଲିବାକୁ ୮୮ତମ ଉତ୍କଳ ଦିବସ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ସମୀର ସେଠି , ଦୀପକ ସେନ ଧରୁଆ, କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ,ଶିକ୍ଷକ ରାମ ନାରାୟଣ ଦାଶ ଶିକ୍ଷୟିତ୍ରୀ କାନ୍ତି ଭୋଇ, ଯଶୋବନ୍ତି ସୁନା, ଦ୍ରୋପଦୀ ଭୋଇ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତିତି । ପ୍ରାରମ୍ଭରେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଓଡ଼ିଆ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ମଧୁବାବୁ, ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତି, ଶ୍ରୀରାମ ଚନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ଗଉରୀଶଙ୍କର, ରାଧାନାଥ ରାୟ ପ୍ରମୁଖଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସେମାନଙ୍କର ଅସୀମ ତ୍ୟାଗ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ । ଖେଳ ଶିକ୍ଷକ ହିମାଂଶୁ କୁମାର ବିଶ୍ବାଳଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ତଥା ଶିକ୍ଷୟିତ୍ରୀ ମାନଙ୍କୁ ଦ୍ୱାରା ଡେଙ୍ଗ ଗ୍ରାମରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରେଣୁକା ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥଲେ ।

Post a Comment

Previous Post Next Post