ଭଗବାନ ଏମିତି ଦାରୁଣ ଦୁଃଖ କାହାକୁ ନ ଦିଅନ୍ତୁ ; ଗୋଲାମୁଣ୍ଡା ଗ୍ରାମ ର ୧୬ ବର୍ଷ ର ଏକମାତ୍ର ପୁଅକୁ ହରାଇ ବାପା ମା ବାକ୍ ଶୂନ୍ୟ।

 

ଧର୍ମଗଡ:ଗୋଲାମୁଣ୍ଡା,(ପ୍ରଦିପ ସେଠିଆ)ଗୋଲାମୁଣ୍ଡା ଗ୍ରାମ ର ଦୁର୍ଯ୍ୟୋଧନ ଖର୍ସେଲ ଙ୍କ ଏକମାତ୍ର ୧୬ ବର୍ଷର ପୁଅ ନରେନ୍ଦ୍ର ଖର୍ସେଲ ର ଦେହ ବହୁତ ଗୁରୁତ୍ବର ହୋଇଥିବାରୁ ଆମ୍ବୁଲାନ୍ସ ମାଧ୍ୟମରେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରି ଥିଲେ। ବହୁତ ଅସୁସ୍ଥ ହୋଇ ପଡ଼ି ଥିବାରୁ ରାତ୍ରୀ ୮.୩୦ ଟାରେ ଡାକ୍ତର ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଚିକିତ୍ସା ଅବସ୍ଥା ରେ ୧୬ ବର୍ଷର ଯୁବା ପୁଅ ଜୀବନ ଯୁଦ୍ଧରେ ହାରିଗଲେ। ଏ ଦୁଃଖଦ ଖବର ରେ ଭାଙ୍ଗି ପଡି ମୃତ୍ୟୁ ଶରୀର କୁ କେମିତି ସୁରକ୍ଷିତ ଭାବରେ ନେବି ବୋଲି ଚିନ୍ତା ରେ ପଡିଥିଲେ । ଶେଷରେ ଫୋନ୍ ମାଧ୍ୟମରେ "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍" କଳାହାଣ୍ଡି  ପରିବାର ଗୋଲାମୁଣ୍ଡା ବ୍ଲକ ଟିମ୍ ର ସଭାପତି ଶ୍ରୀ ବିଷମ୍ୱର ତେଜି ଙ୍କୁ ଦୁଃଖଦ ଖବର ଜଣାଇବା ରୁ ସାଙ୍ଗେ ସାଙ୍ଗେ ସଂଗଠନ ପରିବାର ର କାର୍ଯ୍ୟକାରୀ ସଭାପତି ଶ୍ରୀ ସଂଗ୍ରାମ କମପାନ୍ ଙ୍କୁ ଜଣାଇବା ରୁ ସାଙ୍ଗେ ସାଙ୍ଗେ ସକାଳ ୫ ଟାରେ ଡାକ୍ତରଖାନା କୁ ଯାଇ ମୃତ୍ୟୁ ବରଣ କରିଥିବା ଭାଇ ର ବାପା ମା ଙ୍କୁ ଆଶ୍ୱାସନା ଦେଇ ବିଭିନ୍ନ ସମସ୍ୟା ସମାଧାନ କରି ଆମ୍ବୁଲାନ୍ସ ମାଧ୍ୟମରେ ମୃତ୍ୟୁ ଶରୀର କୁ ସୁରକ୍ଷିତ ଭାବରେ ଗୋଲାମୁଣ୍ଡା କୁ ପଠାଇଥିଲେ । ଓ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସଂଗଠନ ପରିବାର ତରଫରୁ  ସମବେଦନା ଜଣାଇଥିଲେ ‌। ସବୁବେଳେ କଳାହାଣ୍ଡି ଜିଲ୍ଲାରେ ଏମିତି ବହୁତ ମହତ୍ କାର୍ଯ୍ୟ କରୁଥିବା ରୁ "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍" କଳାହାଣ୍ଡି ପରିବାର କୁ ପ୍ରଶଂସା ଛୁଅ ଛୁଟୁଛି ।

Post a Comment

Previous Post Next Post