ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କୁ ବସ୍ତା କଂଗ୍ରେସର ସମ୍ବର୍ଦ୍ଧନା


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ଆଜି ପୁର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ବାଲିଆପାଳ ସ୍ଥିତ ଜାମକୁଣ୍ଡା ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଅତିଥି ଭାବେ ଯୋଗ ଦେବାକୁ ଯିବା ସମୟରେ ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ କୁଡ଼ିଆ ପୋଲ ତଳେ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନାଙ୍କ ନେତୃତ୍ୱରେ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ପଟ୍ଟନାୟକଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଜୀବ ଗିରି ଉପସ୍ଥିତ ଥିଲେ । ଉପସ୍ଥିତ କଂଗ୍ରେସ କର୍ମୀ ମାନେ ବିଭିନ୍ନ ନାରା ଦେଇ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ବସ୍ତା ବ୍ଲକ ଶ୍ରମିକ କଂଗ୍ରେସ ସଭାପତି ତଥା ପୁର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ, ମୁକୁଳିସ ପଞ୍ଚାୟତର ସରପଞ୍ଚ ଅମିତ ବିଶ୍ବାଳ, ପୁର୍ବତନ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ଦାସ, ବ୍ଲକ କଂଗ୍ରେସ ଉପସଭାପତି ନରେନ୍ଦ୍ର ଦାସ, ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ, ମୁକୁଳିସ ପଞ୍ଚାୟତର କଂଗ୍ରେସ ସଭାପତି ପିତାମ୍ବର ପ୍ରଧାନ, ଦୁଧହସା ପଞ୍ଚାୟତର କଂଗ୍ରେସ ସଭାପତି ଚୈତନ୍ୟ ଗୋଛୟତ, ମଦନ ଭକ୍ତା, ଶମ୍ବୁନାଥ ଜେନା, ଅରୁଣ ମଣ୍ଡଳ, ବିଜୟ ସାହୁ, ଛାତ୍ର ନେତା ରମେଶ ରାଉଳ, ଭାଗବତ ପ୍ରଧାନ, ଜଗନ୍ନାଥ ଜେନା, ତପନ ଦାସ, ଜନ୍ମଯୟ ରାଉଳ, ଚକୁରି ପଞ୍ଚାୟତ ଯୁବ କଂଗ୍ରେସ ସଭାପତି ବିଶ୍ଵ ରଞ୍ଜନ ଦାସ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତୃତ୍ୱ ଉପସ୍ଥିତ ଥିଲେ।

Post a Comment

Previous Post Next Post