ଭୋଗରାଇ ୨୬/୩ ( ଚିନ୍ମୟ କୁମାର ଦାସ ): ଅନ୍ୟାୟ ଭାବେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ବିରୁଦ୍ଧରେ ଭୋଗରାଇ କଂଗ୍ରେସ ପକ୍ଷରୁ ଦେଉଳା ଠାରେ ରବିବାର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇ ଯାଇଛି । ଦେଉଳା ହାଟ ସ୍ଥିତ ଗାନ୍ଧିମୂର୍ତି ନିକଟରେ ଏନେଇ ଆୟୋଜିତ ସଭାକୁ ବ୍ଳକ କଂଗ୍ରେସ ସଭାପତି ଆଶିଷ ପାତ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ ଯୋଗଦେଇ ଗଣତନ୍ତ୍ରରେ ବିରୋଧୀ ଦଳର ମାନ୍ୟତାକୁ ହତ୍ୟା କରାଗଲା ବୋଲି କହିଥିଲେ । ଏହାଛଡା ଏହି ସତ୍ୟାଗ୍ରହ ସତ୍ୟ ଓ ଅହିଂସା ସପକ୍ଷରେ । ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାନାସାହି ଓ ହିଟଲରୀ ଶାସନ ବିରୁଦ୍ଧରେ ଲୋକେ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ବକ୍ତବ୍ୟରେ କହିଥିଲେ । ଜିଲ୍ଲା ଉପ ସଭାପତି ଗୋପବନ୍ଧୁ ମହାପାତ୍ର ଯୋଗଦେଇ ବିଜେପି ଦଳରେ ବହୁ ଦୋଷୀ ରହିଥିଲେ ବି ସେମାନଙ୍କ ସପକ୍ଷରେ କାର୍ଯ୍ୟନୁଷ୍ଠାନ ନହୋଇ ରାହୁଲ ଗାନ୍ଧିଙ୍କ ପ୍ରତି ଏଭଳି ପଦକ୍ଷେପ ଅତ୍ୟନ୍ତ ନୀନ୍ଦନୀୟ ବୋଲି ସମାଲୋଚନା କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ଭାରତର ଲୋକଙ୍କ ସ୍ୱର ଉଠାଇବା ଅଧିକାରକୁ ଛିନ୍ନ କରି ବିଜେପି ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ନୀନ୍ଦନୀୟ ବୋଲି ଭର୍ସନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସମ୍ପାଦକ ଦୀପେଶ ଚନ୍ଦ୍ର ରାୟ , ମତ୍ସ୍ୟଜୀବୀ କମିଟିର ପୂର୍ବତନ ସଭାପତି ଶମ୍ଭୁନାଥ ମାଝୀ , କିଷାନ କଂଗ୍ରେସ ସଭାପତି କାର୍ତିକ ପାତ୍ର , ମନ୍ଦାରସାହି ସରପଂଚ ମମତା ସାହୁ , ଜିଲ୍ଲା ସାଧାରଣ ସମ୍ପାଦକ ଶିଶିର ମହାପାତ୍ର , ରାଜ କିଶୋର ନାୟକ , ପସରବିନ୍ଧା ସରପଂଚ ସୁମନ୍ତ ବେହେରା , ସମିତି ସଦସ୍ୟ ପଙ୍କଜ କୁମାର ଜେନା , ଶଙ୍ଖାରି ପୂର୍ବତନ ସରପଂଚ ରାଧା ବିନୋଦ ଦାସ , ନିମାତପୁର ସରପଂଚ ରାଜେନ୍ଦ୍ର ଦଳାଇ , ସମିତି ସଦସ୍ୟ ଭଗବାନ ରଣା , ଗବଗାଁ ପୂର୍ବତନ ସରପଂଚ ପ୍ରଭୁ ଦୟାଲ ଜେନା , କୁମ୍ଭୀରଗଡି ପୂର୍ବତନ ସରପଂଚ ରତନ କୁମାର ବାଗ , ଦଳର ବରିଷ୍ଠ କର୍ମୀ ଜାମସେଦ ଅଲ୍ଲୀ ଖାଁ , ଜୟନ୍ତ ତୋଳା ପୂର୍ଣ୍ଣ ପାତ୍ର , ଜୟଦେବ ଦାସ , ଅତୁଲ ମହାନ୍ତି , ସ୍ଵୟମ୍ଭୁ ଜେନା , ବଳରାମ ପାତ୍ର , ଦିଲବର ସାହା ପ୍ରମୁଖ କେନ୍ଦ୍ର ସରକାରଙ୍କ ଗଣତନ୍ତ୍ରର କଣ୍ଠରୋଧ ନୀତି ବିରୁଦ୍ଧରେ ତୀବ୍ର କଟୁ ସମାଲୋଚନା କରିଥିଲେ । ଶେଷରେ ଦଳର ଦେଉଳା ସଭାପତି ଦେବୀ ପ୍ରସାଦ ଦାସ ଗୋସ୍ଵାମୀ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment