ଧର୍ମଗଡ,(ପ୍ରଦିପ ସେଠିଆ)ଧର୍ମଗଡ ସହରଠାରୁ ପ୍ରାୟ ପାଞ୍ଚ କିମି ଦୂରରେ ତେଲ ନଦୀ। ଏହାରି କୁଳରେ ଜେନା ଡଙ୍ଗର। ଡଙ୍ଗରର ଉତ୍ତରରେ ସ୍ପର୍ଶ କରୁଛି ଛତିଶଗଡ଼ ସୀମାକୁ ଲାଗିଥିବା NH 130C। ପାହାଡ଼ର ଶିଖରରେ ପୁଣି ଶ୍ରୀରାମ ମନ୍ଦିର, ଯୋଗୀମଠ, ଜେନା ଖାଲ। ଦକ୍ଷିଣ ପାର୍ଶ୍ଵରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର କେନାଲ ପାଣିକୁ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳ କୁ ନେବା ପାଇଁ ଜେନା ଡଙ୍ଗର କୁ କାଟି ନଦୀ ଉପରେ ନିର୍ମିତ ହୋଇଛି ଆକ୍ୱାଡକ୍ଟ୍। କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ଅତିବାହିତ ହୋଇଥିଲେ ହେଁ ଏହାର ବିକାଶ ହୋଇପାରି ନଥିଲା। ଏବେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଛିଲପା ସରପଞ୍ଚ ବିଭୁଦତ୍ତ ପ୍ରାଧନୀ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଆକ୍ୱାଡକ୍ଟ ପାଦ ଦେଶରୁ ଜେନା ଡଙ୍ଗର ଚଢିବାକୁ ଭଙ୍ଗାରୁଜା ଥିବା ସିଡିକୁ ମରାମତି କରାଯାଇଥିଲା ବେଳେ ମନରେଗାରେ ପାହାଡ ଶିଖରେ ଥିବା ଯୋଗୀ ମଠ କୁ ଯିବା ପାଇଁ ରାସ୍ତା କରାଯାଉଛି।ସେହି ପରି ନଦୀ ପାଖରେ ଏକ ହନୁମାନ ବାଟିକାର କାର୍ଯ୍ୟ ଚାଲିଛି। ରାମ ମନ୍ଦିରର ପାଦଦେଶରେ ଥିବା ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଜାତୀୟ ରାଜପଥଠାରୁ ହନୁମାନ ବାଟିକା ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ୧୨ଶହ ମିଟର ଦୈର୍ଘ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ , ସରପଞ୍ଚ ଶ୍ରୀ ପ୍ରଧାନୀ ଓ ବ୍ଲକ୍ ପ୍ରଶାସନ ର ଅନୁରୋଧ କ୍ରମେ ଏବେ ଜଳସମ୍ପଦ ବିଭାଗ ପକ୍ଷରୁ୩୪.୮୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏକ୍ୱାଡକ୍ଟ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ତଥାପି ଏଠାରେ ଅନେକ କାମର ଆବଶ୍ୟକତା ରହିଛି। ଏନେଇ ଛିଲପା ସରପଞ୍ଚ ଶ୍ରୀ ପ୍ରାଧାନି, ଏକ ସୁନ୍ଦର ପିକିନ୍ ସ୍ପଟ୍ ହେବାର ସମସ୍ତ ସମ୍ଭାବନା ଛିଲିପା ଜେନା ଡଙ୍ଗର ରେ ଅଛି କହିଛନ୍ତି ।କେବଳ ଏହା ରୂପ ଦେବା ବାକି ଅଛି। ପଞ୍ଚାୟତ ଫଣ୍ଡ ଓ ଅନ୍ୟାନ୍ୟ ଫଣ୍ଡ ରେ କିଛି ଉନ୍ନତି ମାନ ହୋଇଛି। ଏକ ଉନ୍ନତ ମାନର ପାର୍କ ହେବା ପାଇଁ ଯଥେଷ୍ଟ ପାଣ୍ଠିର ଆବଶ୍ୟକତା ଅଛି । ଏହାର ଉନ୍ନତିକଣ ପାଇଁ ଧର୍ମଗଡ଼ ପୂର୍ବତନ ଉପଜିଲ୍ଲପାଳ ତଥା ବର୍ତ୍ତମାନର CDEO ସଚିନ୍ ପାୱାର ଙ୍କ ମଧ୍ୟ ସ୍ଵତନ୍ତ୍ର ଆଗ୍ରହ ରହିଛି। ଗ୍ରାମ୍ୟ ପରିବେଶ ସୁରକ୍ଷା କମିଟିର ସଭାପତି ଶରତ ପଟେଲ କହିଛନ୍ତି , ଜେନା ଡଙ୍ଗର ଅବହେଳିତ ହୋଇ ରହିଥିଲା। ଗଛ କାଟ ଯୋଗୁଁ ଟାଙ୍ଗରା ହୋଇ ପଡିଥିବା ଏହି ପାହାଡର ଦାୟୀତ୍ୱ ଗ୍ରାମ୍ୟ ପରିବେଶ ସୁରକ୍ଷା କମିଟି ଓ ଗ୍ରାମ୍ୟ କମିଟି ନେବା ପରେ ଗଛ କଟା ବନ୍ଦ ହୋଇ ସବୁଜିମା ବୃଦ୍ଧି ପାଇଛି। ଜଙ୍ଗଲ ବିଭାଗ ଏଠାରେ ଅନେକ ମାତ୍ରାରେ ବୃକ୍ଷ ରୋପଣ ସହ ୱାଚ ଟାୱାର ନିର୍ମାଣ କଲେ ଭଲ ହେବ ବୋଲି ଶ୍ରୀ ପ୍ରାଧାନୀ ଓ ଜନସାଧାଣ କହୁଛନ୍ତି।

Post a Comment