ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବିରାନରସିଂହ ପୁର ନର୍ସରୀ ଠାରେ ଆଜି ବୌଦ୍ଧ ବନ ଖଣ୍ଡ ତରଫରୁ ବିଶ୍ୱ ବନ ଦିବସ ଅବସରରେ" ଜଙ୍ଗଲ ଏବଂ ସ୍ୱାସ୍ଥ୍ୟ" ପ୍ରସଙ୍ଗ କୁ ନେଇ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ବୌଦ୍ଧ NAC ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅନ୍ୟତମ ଅତିଥିଭାବେ-କେନ୍ଦୁପତ୍ର DFO -ଅରବିନ୍ଦ ମହାନ୍ତି, DFO -ଦେବପ୍ରିୟ କମ୍ପୋ, ACF -ଆଶିଷ ମେହେର, ହରଭଙ୍ଗା ଅତିରିକ୍ତ ତହସିଲଦାର -ବିଶ୍ୱଜିତ ପ୍ରଧାନ, ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ର ତିନି ଗୋଟି ବ୍ଲକ ର ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ!ଜଙ୍ଗଲ ବଞ୍ଚିଲେ ଜୀବଜଗତ, ବନ୍ୟ ପ୍ରାଣୀ, ବନ୍ୟ ସମ୍ପଦ ସନ୍ତୁଳିତ ଉପରେ ବିଭାଗୀୟ ଅଧିକାରୀ ମାନେ ଦର୍ଶାଇ ଥିବାବେଳେ, ପଥପ୍ରାନ୍ତ ନାଟକ, ଗୀତ, ଗୀତିନାଟ୍ୟ ଭାବେ ଜଙ୍ଗଲ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ଯତ୍ନ, ଓ ପ୍ରସଙ୍ଗ "ଜଙ୍ଗଲ ଓ ସ୍ୱାସ୍ଥ୍ୟ "ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା!ଦାୟିତ୍ୱ ବାନ ଜଙ୍ଗଲ ପ୍ରେମୀ ଭାବେ ବିଭାଗୀର ଫରେଷ୍ଟର -ଦେବକାନ୍ତ ବେହେରା, ଫରେଷ୍ଟ ଗାର୍ଡ- ପ୍ରକାଶ ପ୍ରଧାନ ଓ ଅର୍ଚନା ଦ୍ୱିବେଦୀ ଙ୍କୁ ମାନପତ୍ର ଦେଉ ସମ୍ବର୍ଦ୍ଧିତ କରାଯାଇଥିଲା।

Post a Comment