ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଓ ପାନ ମସଲା ଜବତ


ଜଳେଶ୍ବର ୨୧/୩ (ଜଗନ୍ନାଥ ଗୋଛୟତ) ବିନା କାଗଜପତ୍ରରେ ଓଡିଶାରୁ ପଶ୍ଚିମବଙ୍ଗକୁ ନକଲି ଜର୍ଦ୍ଦା ଓ ପାନ ମସଲା ପରିବହନ ହେଉଥିବା ସନ୍ଦେହରେ ଆଜି ଜଳେଶ୍ୱରର ପୋଲିସ ଦ୍ୱାରା ଏକ ଘରୋଇ ଯାତ୍ରୀ ବାହୀ ବସ ଅଟକ ରଖାଯାଇଛି।ସେଥିମଧ୍ୟରୁ ୧୦ପେଟି ଗୁଟଖାକୁ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ ବାଲେଶ୍ୱରରୁ କୋଲକାତା ଅଭିମୁଖେ ବନଦୁର୍ଗା ନାମକ ଏକ ଘରେଇ ଯାତ୍ରୀବାହୀ ବସ( ଓଡି -୦୧ ୟୁ-୦୦୮୮)ରେ ଆଜି ସକାଳ ପାଖାପାଖି ୭.୩୦ମିନିଟ ସମୟରେ ବାଲେଶ୍ଵର ଫାଣ୍ଡି ଛକ ନିକଟରେ ଥିବା ଲକ୍ଷ୍ମୀ ଜର୍ଦ୍ଦା ଷ୍ଟରରୁ ୧୦ପେଟି ନକଲି ଜର୍ଦ୍ଦା ଓ ପାନ ମସଲା ବିନା କାଗଜ ପତ୍ରରେ କୋଲକାତା ନିକଟରେ ଥିବା ହାଓଡ଼ାସ୍ଥିତ ଇଷ୍ଟନ ଟ୍ରେଡ଼ର୍ସକୁ ଚାଲାଣ ହେଉଥିବା ସନ୍ଦେହରେ ଜଳେଶ୍ୱର ପୋଲିସ ଦ୍ୱାରା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ବସକୁ ଅଟକ ରଖା ଯିବା ସହ ସେଗୁଡିକୁ ପୋଲିସ ଜବତ କରିଛି।ଜବତ ହୋଇଥିବା ନକଲି ଜର୍ଦ୍ଦା ଓ ପାନ ମସଲାର ମୁଲ୍ୟ ୫,୧୧,୫୪୮ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।ପୋଲିସ ବସର ଡ୍ରାଇଭର ଓ ହେଲପରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Post a Comment

Previous Post Next Post