ରୋଗ ଶଯ୍ୟାରେ ସ୍ୱାମୀ:ପତ୍ନୀର ତେର ମାସର ଝିଅକୁ ଧରି ଦ୍ୱିତୀୟ ବିବାହ


ଜଳେଶ୍ୱର (ଜଗନ୍ନାଥ ଗୋଛାୟତ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପୀମୋହନପୁର ପଂଚାୟତର ଛମୌଜ ଗ୍ରାମର କୁଞ୍ଜବିହାରୀ ଦତଙ୍କ ସହ ବାଲିଆପାଳ ଥାନା ସୁନାରୁଇ ଗ୍ରାମର ଦେବ କୁମାର ରଣଜିତଙ୍କ ଝିଅ ଦୀପିକା ରାଣୀଙ୍କ ସହ ୨୦୨୦ ମସିହାରେ ବୈଦିକ ରୀତି ନୀତି ଅନୁସାରେ ବାହାଘର ହୋଇଥିଲା ।ଉଭୟଙ୍କର ୧୩ ମାସର ଶିଶୁ କନ୍ୟା ମଧ୍ୟ ରହିଛି ।ସ୍ତ୍ରୀର ଖୁସି ପାଇଁ ସ୍ୱାମୀ ବିଭିନ୍ନ ଅଳଙ୍କାର ସହ ସ୍କୁଟି ଗାଡି ଟିଏ ମଧ୍ୟ କିଣି ଦେଇଛନ୍ତି ।ତେବେ ଗତ ଦୁଇଦିନ ତଳେ କୁଞ୍ଜବିହାରୀଙ୍କ ଦେହ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ଥିତ ନୀଳାଚଳ ହସ୍ପିଟାଲକୁ ଅପରେସନ ଯିବାପାଇଁ ସ୍ତ୍ରୀ ଦୀପିକାରାଣୀ ନିଜର ସ୍କୁଟିରେ ସ୍ୱାମୀକୁ ବସାଇ ଜଳେଶ୍ୱର ଷ୍ଟେସନରେ ଛାଡିଥିଲେ ।ସ୍ୱାମୀକୁ ମେଡିକାଲ ପଠାଇ ଦୀପିକାରାଣୀ ଆଉ ଘରକୁ ଫେରି ନ ଥିଲେ ।ପରିବାର ପକ୍ଷରୁ ଦୁଇ ଦିନ ଧରି ଅନେକ ଖୋଜା ଖୋଜି କରିବା ପରେ,ଆଜି ଅପରାହ୍ନରେ ଦୀପିକାରାଣୀ ଫୋନ ରିସିଭ କରି କହିଥିଲେ ଯେ ବର୍ତନା ପଂଚାୟତ ଖରିଦା ଗ୍ରାମର ଅନନ୍ତ କୁମାର ଜେନାଙ୍କ ପୁଅ କମଳା କାନ୍ତ ଯେନା (ଜଗା) ନାମକ ଯୁବକକୁ ନୋଟରୀରେ ବାହା ହୋଇଛି ବୋଲି ପ୍ରକାଶ କରିଥିଲେ ।ତେବେ ସ୍ୱାମୀ କୁଞ୍ଜବିହାରୀ ଭୁବନେଶ୍ୱର ନୀଳାଚଳ ହସ୍ପିଟାଲରେ ଅପରେସନ ପାଇଁ ଆଡ଼ମିସନ ହୋଇ ସ୍ତ୍ରୀ ସହିତ ଫୋନରେ ଯୋଗାଯୋଗ କରି ନେହୁରା ହୋଇ ନିରାଶ ହୋଇ ଥିଲେ ।ବାଲିଆପାଳ ସୁନାରୁହିଁରୁ ବାପା ମା ମଧ୍ୟ ଫୋନରେ ଅନ୍ୟତ୍ର ବାହା ନ ହେବାକୁ ପରାମର୍ଶ ଦେଇ ଥିଲେ ମଧ୍ୟ ପ୍ରେମିକ ପାଇଁ ପାଗଳ ହୋଇଥିଲେ ପ୍ରେମିକା ।ତେବେ ଗ୍ରାମବାସୀ ଆତ୍ମୀୟ ସ୍ୱଜନ ଦୀପିକାରାଣୀକୁ ବହୁ ଖୋଜାଖୋଜି କଲା ପରେ ଜଳେଶ୍ୱର ସ୍ଥିତ ଅନୁକୂଳ ମନ୍ଦିର ପାଖା ପାଖି ଥିବା ଜାଣିବାକୁ ପାଇ ସେଠାରେ ଉଭୟ ପ୍ରେମିକ ଓ ପ୍ରେମିକାକୁ ଉଦ୍ଧାର କରି ଆଇନ ସମ୍ମତ ବାହାଘର କରାଯାଇଥିଲା ।ଯାହାକୁ ନେଇ ଅଂଚରେରେ ଚର୍ଚ୍ଚା ଜୋର ଧରିଛି ।

Post a Comment

Previous Post Next Post