ଚାଷୀପଡ଼ା ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଅଚଳ


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ଗ୍ରାମାଞ୍ଚଳ ପାନୀୟ ଜଳ ସମସ୍ୟା ଦୂର କରି ଲୋକଙ୍କ ଘରେ ଘରେ ପାଣି ପହଞ୍ଚାଇବା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି।ତେବେ ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ପୂର୍ବରୁ ବସ୍ତା ବ୍ଲକର ବିଭିନ୍ନ ସ୍ଥାନରେ ପାନୀୟ ସଙ୍କଟ ଉତ୍କଟ ଆକାର ଧାରଣ କରିଛି।ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତର ଚାଷୀପଡା ଗ୍ରାମର ୧୩୩.୬୬ ଲକ୍ଷ ଟଙ୍କାର ୯ ଡିସେମ୍ବର ୨୦୧୭ ମସିହାରେ ଉଚ୍ଚତମ ପାଣି ଟାଙ୍କି ନିର୍ମାଣ ହୋଇଥିଲା।ହେଲେ ଗତ ୫ ଦିନ ହେବ ମୋଟର ପୋଡ଼ି ଯାଇଥିବାରୁ ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହାର ମରାମତି ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାର ପୂର୍ବତନ ସମତି ସଭ୍ୟ ସତ୍ୟ ନାରାୟଣ ମହାପାତ୍ର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତୁରନ୍ତ ମରାମତି ଦିଗରେ ବିଭାଗୀୟ ଅଧିକାରୀ ବିହିତ ତୋ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନାତ୍ମ କ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post