ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମପଞ୍ଚାୟତ ସ୍ଥିତ ଜାମଗାଁ ଠାରେ ସିଆରପିଏଫ୍ ଯବାନ ମାନଙ୍କ ଦ୍ବାରା ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିର ଟି ସିଆରପିଏଫ୍ କ୍ୟାମ୍ପ ର ୨୧୬ ବାଟାଲିୟନ କମାଣ୍ଡେଣ୍ଟ ଏରିକ ଗିଲବର୍ଟ ଯୋସେଭ ଏବଂ କମ୍ପାନୀ ୧୯ ବାଟାଲିୟନ କମାଣ୍ଡର ମନୋଜ କୁମାର ଙ୍କ ତତ୍ତ୍ଵାବଧାନରେ ଆଦିବାସୀ ଗରିବ ଶ୍ରେଣୀର ସମସ୍ତ ଲୋକଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଜାମଗାଁ ଠାରେ ଅନୁଷ୍ଠିତ ହୋଇଥିଲା ।ଘଞ୍ଚ ଜଙ୍ଗଲ ଭିତରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବା, ତାଙ୍କ ହୃଦୟରେ ବିଶ୍ୱାସ ଜନ୍ମାଇ ଓ ତାଙ୍କ ସହିତ ଅତି ନିକଟତର ହେବା ପନ୍ଥାକୁ ଆପଣେଇଛନ୍ତି ସିଆରପିଏଫ୍ ଯବାନ । ଯୁବ ପିଢ଼ି କୁ ଭଲ ରାସ୍ତା ଯିବା ପାଇଁ ପ୍ରେରଣା ମଧ୍ୟ ଦେଇଥିଲେ । ଉପାନ୍ତ ଅଞ୍ଚଳ ରେ ମଶା ଓ ବିଶୁଦ୍ଧ ଜଳ ଦ୍ବାରା ମନୁଷ୍ୟ କୁ ଅନେକ ପ୍ରକାର ରୋଗ ହୋଇ ଥାଏ।ତେଣୁ ଏହାର ସଚେତନ କରିବା ସହ ଏହି ଉପାନ୍ତ ଅଞ୍ଚଳର ଲୋକ ମାନଙ୍କ ସହ ସୁ ସମ୍ପର୍କ ତଥା ତାଙ୍କ ଶରୀର ର ସୁରକ୍ଷା ନିମନ୍ତେ କମାଣ୍ଡେଣ୍ଟ ଙ୍କ ସମେତ ଜାମଗାଁ ,ଗଡ଼ଗଡ଼ାା , ଗୋଦମାା ,ଶୋଷେଙ୍ଗ ଧାକଲି , ରୁପିୟାମ ,ଆଦି ମାଓ ପ୍ରବଣ ଅଞ୍ଚଳର ଲୋକ ମାନଙ୍କୁ ଲାଇଟ,ରୋଷେଇ ବାସନ କୁଶନ ମଶାରି ଓ ପିଇବାପାଣି ଟାଙ୍କୀ ପ୍ରଦାନ କରି ସମ୍ମାନିତ କରିଥିଲେ, ଏଭଳି ମହାନ୍ କାର୍ଯ୍ୟକ୍ରମ ଟି ମାଓ ପ୍ରବଣ ଅଞ୍ଚଳ ବାସୀଙ୍କ ପାଇଁ ଆଲୋଚନା ର ବିଷୟ ପାଲଟିଛି। CRPF ମାନଙ୍କ ଏହି କାର୍ଯ୍ୟକ୍ରମ କୁ ଦେଖି ଅଞ୍ଚଳ ବାସୀ ହୁରି ହୁରି ପ୍ରଶଂସା କରୁଛନ୍ତି ।

Post a Comment