ଭୋଗରାଇ ୨୭/୩ ( ଚିନ୍ମୟ କୁମାର ଦାସ ) ଭାରତୀୟ ଡାକ ବିଭାଗ ଅଧୀନସ୍ଥ କମର୍ଦ୍ଦା ଉପ ଡାକଘର ର ଅଚାନକ ଡି ଲିଙ୍କ ମେସିନ୍ ଅଚଳ ହୋଇଯାଇଛି ଫଳରେ ଗତ ଗୁରୁବାର ପାଖରୁ ଡାକ ସେବା ବ୍ୟାହତ ହୋଇଛି । ପ୍ରକାଶ ଥାଉକି ଗତ ୨୩ ତାରିଖ ସକାଳ ଡାକଘର ଖୋଲିବା ପର ଠାରୁ ଅକସ୍କାତ କାର୍ଯ୍ୟକ୍ଷମ ଡି ଲିଙ୍କ ମେସିନ ଅଚଳ ହୋଇଗଲା । ଏହାଦ୍ଵାରା ସମସ୍ତ ପ୍ରକାର ଅନଲାଇନରେ ସେବା କାର୍ଯ୍ୟ ଠପ ହୋଇପଡିଛି। ଯଦ୍ଵାରା ଉତ୍ତର ଭୋଗରାଇର୧୮ ଟି ପଞ୍ଚାୟତ ଅଧୀନ ୨୧ଗୋଟି ଶାଖା ଡାକ ଘରରେ ଶତାଧିକ ଗାଁର ଅଧିବାସୀ ଜରୁରୀ ଡାକ ବିଭାଗର ଡାକସେବା ସହ ଆର୍ଥିକ ନେଣ ଦେଣ କ୍ଷେତ୍ରରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏପରିକି ଉପରୋକ୍ତ ଯନ୍ନାଂଶ ଅକାମୀ ହେବା ଯୋଗୁଁ ଅଡିନାରୀ, ସ୍ସିଡପୋଷ୍ଟ , ପାର୍ଶଲ, ରେଜେଷ୍ଟ୍ରି ଚିଠି ଆଦି ସମ୍ଭବ ନ ହେବାରୁ ବିତରଣ ହୋଇ ପାରୁ ନାହିଁ । ଏ ନେଇ ସର୍ବସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଶାଖା ପୋଷ୍ଟ ମାଷ୍ଟ୍ରର ସୁଧୀର କୁମାର ସିଂ ଏବଂ ଅତିରିକ୍ତ ଶାଖା ପୋଷ୍ଟ ମାଷ୍ଟର ଉତ୍ତମ କୁମାର ଙ୍କ ସହ ଯୋଗାଯୋଗରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ଯେ ସୁପରିନଟେଣ୍ଡେଣ୍ଟ କଂଠାରେ ଅଭିଯୋଗ ଆଧାରରେ ଡିଭାଇସ ଆଜି ଆସିଛି । ହେଲେ ବିଭାଗୀୟ ମେକାନିକ୍ ଆସିଲେ ମେସିନ କାର୍ଯ୍ୟକ୍ଷମ ହେବ ଏବଂ ଯଥାରୀତି ଜରୁରୀ ଉପାୟରେ ସେବା ପ୍ରଦାନ କରାଯିବ।

Post a Comment