ଧର୍ମଗଡ ,୨୮।୩ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲାର ବ୍ଲଡମ୍ୟାନ ନାମରେ ପରିଚିତ ଉଦୟମାନ ସାମାଜିକ। କର୍ମୀ ଉମାକାନ୍ତ ସୁନାନି ପୁଣି ଚର୍ଚ୍ଚାରେ ।ରାଜ୍ୟରେ ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ରକ୍ତ ଯୋଗାଇବା ସହ ରକ୍ତଦେଇ କଳାହାଣ୍ଡି ଜିଲ୍ଲାରେ ସେ ବ୍ଲଡ଼ମ୍ୟାନ ନାଁରେ ପରିଚିତ ରହିଛନ୍ତି। ସେହିପରି ରକ୍ତ ଦେବା ଓ ଯୋଗାଇଦେବା ପାଇଁ ସେ ରାଜ୍ୟର। ବିଭିନ୍ନ ସୋସିଆଲ ମିଡିଆର ସଙ୍ଗଠନରେ ମଧ୍ୟ ଜଡିତ ରହିଛନ୍ତି । ବର୍ତ୍ତମନା ଟୁଇଟର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇ ଏକ ନିଆର ସମାଜ ସେବା ଜାରି ରଖିଛିନ୍ତି ଉମାକାନ୍ତ ।ନିଜର ଦୈନନ୍ଦିନ କାର୍ଯ୍ୟ ସହ ପ୍ରତିଦିନ ଭିଭିନ ଖବରକାଗଜରେ ପ୍ରକାଶିତ ,ଗରିବ ଲୋକମାନଙ୍କ ସମସ୍ୟା ସହ ପ୍ରଶାସନିକ ଅବହେଳା ସରକାରୀ ଯୋଜନାର ପ୍ରତିଫଳତାକୁ ନେଇ ସେ ବ୍ଲକ୍ ପ୍ରଶାସନଠାରୁ ଜିଲ୍ଲା ପ୍ରଶାସନ,ବିଭାଗୀୟ ମନ୍ତ୍ରୀ,ସଚିବ, ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟର ମାଧ୍ୟମରେ ଉକ୍ତ ସମସ୍ୟା ଦୃଷ୍ଟି ଗୋଚର କରି ସମାଧାନ ପାଇଁ ସର୍ବଦା ଉଦ୍ୟମ କରନ୍ତି। ଗରିବ ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇଛ ସେମାନଙ୍କୁ ସହାୟତାର ବାଟ ଦେଖାଇଚନ୍ତି । ସେ ଟୁଇଟର ମାଧ୍ୟମରେ ଲୋକଙ୍କ ସମସ୍ୟା ନିକଟରେ ପହଞ୍ଚିବା କାର୍ଯ୍ୟ ୨୦୧୯ରୁ ଆରମ୍ଭ କରି ଆଦ୍ୟାବଧି ୫ ଶହରୁ ଊର୍ଦ୍ଧ୍ବ ସମସ୍ୟା ସମ୍ପର୍କ କୁ ଟୁଇଟର ମାଧ୍ୟମରେ ଅବଗତ କରିଛନ୍ତି।ଉମାକାନ୍ତଙ୍କ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ହୋଇଥିବା ବେଳେ ତାଙ୍କର ଏହି ସମାଜ ସେବା ମନୋଭାବକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Post a Comment