ରକ୍ଷଣବେକ୍ଷଣ ଅଭାବ ଶହେବର୍ଷର ପୁରୁଣା ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥା


ଧର୍ମଗଡ (ପ୍ରଦିପ ସେଠିଆ) କଥାରେ ଅଛି ପୁରୁଣା ର ଗୁରୁତ୍ୱ ନାହିଁ ।ଏହି ଉକ୍ତିର ଯଥାର୍ଥ ଉଦାହରଣ ଏବେ ଧର୍ମଗଡ ବ୍ଲକ୍ ଛଞ୍ଚନବାହାଲି ପଂଚାୟତ ପଲସପାନି ଗ୍ରାମରେ ଦେଖିବାକୁ ମିଳିଛି।ଗାଁ ରେ ଥିବା ଶହେ ବର୍ଷ ର ପୁରୁଣା ଚାରିଖୁଣ୍ଟିଆ ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ରକ୍ଷଣବେକ୍ଷଣ ଅଭାବ ଯୋଗୁଁ ଏହି ପୋଖରୀ ଲୁପ୍ତ ହେବାକୁ ବସିଲାଣି ।ହେଲେ ନା ନଜର ପଡୁଛି ପଞ୍ଚାୟତ ର ନା ବ୍ଲକ ପ୍ରଶାସନର। ଦିନଥିଲା ଏହି ପୋଖରୀ ଗାଁ ପାଇଁ ଏକ ବରଦାନ ପାଲଟି ଥିଲା।ଦୀର୍ଘଦିନ ଠାରୁ ପିଇବା ଗାଧୋଇବା ଓ ଅନ୍ୟାନ୍ୟ ଆବଶ୍ୟକ ଭୂମିକା ଗ୍ରହଣ କରିଛି ଏହି ପୋଖରୀ।ହେଲେ ଏବେ ଅଳଢ଼ା ହୋଇ ପଡିଛି। ପଞ୍ଚାୟତ ଜନପ୍ରତିନିଧି ଓ ପ୍ରଶାସନର ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।ପୋଖରୀ ଭିତରେ ନାନା ପ୍ରକାର କଣ୍ଟାଲତା ସୃଷ୍ଟି ହୋଇ କାୟା ବିସ୍ତାର କରି ଜଙ୍ଗଲ ସଦୃଶ୍ୟ ଦେଖାଦେଲାଣି । ତା ସହ ପୋଖରୀ ହୁଡ଼ାରେ ଶହ ଶହ ଖଜୁରୀ ଗଛ ଉଠି ଯିବା ଆସିବା ବାଟ ସମ୍ପୂର୍ଣ ଭାବେ ବନ୍ଦ୍ ହୋଇ ସାରିଲାଣି । ହେଲେ କାହାରି ନଜର ପଡୁ ନ ଥିବା ନେଇ ଗ୍ରାମବାସୀ କ୍ଷୁବ୍ଧ ପ୍ରକାଶ କରନ୍ତି। ଗୋଟାଏ ପଟେ ସରକାର ଲୋକଙ୍କ ସୁବିଧା ପାଇଁ ପିଇବା ଗାଧେଇବା ଓ ପଶୁପକ୍ଷୀଙ୍କ ବ୍ୟବହାର ଲାଗି ଅନେକ ଯୋଜନା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରିଥାନ୍ତି।ଏପରିକି ପଙ୍କଉଧାର ,ଉନ୍ନତ କରଣ,ପୁନରୁଦ୍ଧାର ଇତ୍ୟାଦି କରିବାରେ ସରକାରୀ ବ୍ୟୟବରାଦ ବ୍ୟବସ୍ଥା ରହିଛି।ସେଭଳି ମନରେଗା ମାଧ୍ୟମରେ ମଧ୍ୟ ପୋଖରୀ ଖୋଲନ,ମାଟିକାମ ଅତ୍ୟାଦି କରିବା ବ୍ୟବସ୍ଥା ଥିଲେ ହିଁ ଏହି ପୋଖରୀ ପ୍ରତି ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବଡ଼ ବିସ୍ମୟ ବିଷୟ ଏହି ପୋଖରୀ ରୁ ପଞ୍ଚାୟତ ବାର୍ଷିକ ନିଲାମ କରି ଅର୍ଥଆୟ କରି ଆସୁଥିବା ବେଳେ ତାର ଉନ୍ନତି କରଣ ଦିଗରେ ପଛଘୁଞ୍ଚା ଦେବା ସମସ୍ତ ଙ୍କୁ ଚକିତ କରେ ।ତେବେ ପଞ୍ଚାୟତ ଆୟ କରୁଛି ସତ ହେଲେ ତାର ରକ୍ଷଣବେକ୍ଷଣ କରିବାରେ ଅମୁହାଁହେବା ନୀତି କୁ ଗ୍ରାମବାସୀ ନାପସନ୍ଦ କରୁଛନ୍ତି।ଗତ ୩-୪ ବର୍ଷ ତଳେ ତତ୍କାଳୀନ ବିଡ଼ିଓ ,ଯନ୍ତ୍ରୀ ପୋଖରୀ ସ୍ଥିତି ଅନୁଧ୍ୟାନ କରି ପୋଖରୀକୁ ପୁନରୁଦ୍ଧାର ପାଇଁ ଗ୍ରାମ ବାସୀଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ ।ହେଲେ ଜନପ୍ରତିନିଧି ଙ୍କ ଆନ୍ତରିକତା ଅଭାବ ସାଂଗ କୁ ବିଭାଗୀୟ ଅଧିକାରୀଙ୍କ ଵେମାତୃତ୍ୱ ଭାବ ଯୋଗୁଁ ପୋଖରୀ ପରିତ୍ୟକ୍ତ ଅବସ୍ଥା ରୂପ ନେଇଛି।ଏହାର ପୁନରୁଦ୍ଧାର କରା ନ ଗଲେ ଆଗାମୀ ଦିନରେ ଗାଁରେ ଜଳ ସଙ୍କଟ ଦେଖାଯିବା କଥା କୁ ଏଡାଇଦିଆ ଯାଇନପାରେ।ତୁରନ୍ତ ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ଦିଲ୍ଲୀପ ଦୁରିଆ,ଚିତରଞ୍ଜନ ନାଏକ, ଅସ୍ୱୀନି ହଂସ,ନିର୍ମଳ ଦୁରୀ ଆ, ଦୁରିଆ,ବଳରାମ ପୁଝାରି, ପ୍ରମୁଖ ଚେତାବନୀ ଦେଇଛନ୍ତି।ଏନେଇ ଛନ୍ଚାଣବାହେଲି ପଞ୍ଚାୟତ ସରପଞ୍ଚ ପ୍ରୀତି ବେମାଲ ମନରେଗା ଯୋଜନା ରେ ସାମିଲ କରି ଯଥା ଶୀଘ୍ର ପୁନରୁଦ୍ଧାର କରିବା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।

Post a Comment

Previous Post Next Post