ଜଲିଗଲା ୧୭ ବଖରା ଘର : ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପାଉଁଶ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ସର୍ଟସାରକିଟରୁ ନିଆଁ ଲାଗି ୧୭ ବଖରା ଘର, ଲକ୍ଷାଧିକ ଟଙ୍କା ର ଆସବାବପତ୍ର ପୋଡ଼ି ପାଉଁଶ। ସୂଚନା ଅନୁସାରେ ଦିନ ୨.୩୦ ମିନିଟ ସମୟରେ ଘର ଉପରେ ନିଆଁ ଦେଖି ସ୍ଥାନୀୟ ଲୋକେ ଖବର ଦେବା ପରେ, ଘରଭିତରେ ଶୋଇଥିବା ଛୋଟ ଛୋଟ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉକ୍ତ ଘରେ ନଅ ଟି ପରିବାର ର ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ରହୁଥିବା ବେଳେ, ସମସ୍ତେ ଖଟିଖିଆ ହୋଇଥିବାରୁ ଘରେ କେବଳ ସ୍ତ୍ରୀ ଲୋକ ଓ ପିଲାମାନେ ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଲକ୍ଷାଧିକ ଟଙ୍କା ର ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଉକ୍ତ ପରିବାର ବର୍ଗ କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Post a Comment

Previous Post Next Post