ପୁନଃଜୀବୀ ପାଇଛି ଜୟନ୍ତପୁର ହସ୍ତତନ୍ତ ସମିତି ତାଲିମରେ ୧୫ମହିଳା ସାମିଲ


ଭବାନୀପାଟଣା ୧୩/୩ (ଶ୍ୟାମସୁନ୍ଦର ମାଝୀ) ବହୁ ପୁରାତନ ହସ୍ତତନ୍ତ ସମବାୟ ସମିତି ଏବେ ଜୀବନ୍ୟାସ ପାଇବା ଉପରେ।ଏହାକୁ ବଞ୍ଚାଇ ରଖିବା ପ୍ରୟାସ ରେ ଅଣ୍ଟା ଭିଡିଛନ୍ତି ଗାଁରମହିଳା।ଅବଶ୍ୟ ନିଦରେ ଶୋଇପଡିଥିବା ପ୍ରଶାସନ ଚେଇପଡି ଏହାର ପୁନଃ ଉଥାନ ପାଇଁ ଆଗ୍ରହ ପ୍ରକାଶ କରିଛି।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମରେ ଥିବା ହସ୍ତତନ୍ତ ସମବାୟ ସମିତି ପୁନଃ ଉଥାନ ପାଇଁ ରାଜ୍ୟ ହସ୍ତତନ୍ତ ବିଭାଗ ଏବେ ତତ୍ପରତା ଦେଖାଇଛି। ଗତ ଫେବ୍ରୁଆରୀ ୮ତାରିଖ ଦିନ ଠାରୁ ବୁଣାକାର ମାନଙ୍କୁ ଉନ୍ନତ ମାନ ର ତାଲିମ ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ। ୧୫ଜଣ ମହିଳା ଓ ୫ଜଣ ପୁରୁଷ ତାଲିମ ନେଉଛନ୍ତି ।ବିଶେଷ ଭାବେ ଦକ୍ଷତା , ଆଧୁନିକ କରଣ ଗୁଣାତ୍ମକ ଡିଜାଇନ ଆଦି ତାଲିମ ଦିଆଯାଉଛି।ସୁଦୂର ବଲାଙ୍ଗୀର ଜିଲ୍ଲାର ଟ୍ରେନିଂ ଶିକ୍ଷକ ଆସି ତାଲିମ ଦେଉଥିବା ବେଳେ ଭିନ୍ନ ଭିନ୍ନ କୌଶଳ ,ଡିଜାଇନ ,ପ୍ରତି ଗୁରୁତ୍ୱ ଦିଆଯାଉଥିବା ଶିକ୍ଷକ ଶଶୀଧର ମେହେର ପ୍ରକାଶ କରନ୍ତି।ଅନ୍ୟପଟେ ମାସ ଭିତରେ ତାଲିମ ନେଉଥିବା ମହିଳା ମାନେ ଲୁଙ୍ଗି ଗାମୁଛା ବୁଣିବା ଶିଖି ସାରିଛନ୍ତି।୬ମାସ ଧରି ତାଲିମ ଶିବିର ଅନୁଷ୍ଠିତ ହେବ।ତେବେ ଏହି ତାଲିମ ମହିଳାଙ୍କ ପାଇଁ ସାବଲମ୍ବୀ ହେବା ଦିଗ ଦେଖାଇବାରେ ଆଶା ସଂଚାର ହୋଇଛି। ସରକାର , ପ୍ରଶାସନିକ ଙ୍କ ଆନ୍ତରିକତା ଓ ପ୍ରୋତ୍ସାହ ବଳ ରେ ପୁନଃଜୀବୀ ପାଲଟି ଥିବା ହସ୍ତତନ୍ତ ସେବାସମବାୟ ସମିତି ର ବୁଣାକାର ଙ୍କ ପାଇଁ ରାହା ସୃଷ୍ଟି କରିବା ବୁଣାକାର ମାନେ ଆଶା ବାନ୍ଧିଛନ୍ତି।ସୂଚନାଯେ ଜୟନ୍ତପୁର ଠାରେ ହସ୍ତତନ୍ତ ସମବାୟ ସମିତି ବହୁ ଦିନ ରୁ ଅବସ୍ଥିତ ରହିଛି।ପ୍ରଥମ ପଯ୍ୟୟରେ ୯୪ଜଣ ବୁଣାକାର କୁ ନେଇ ସମିତି ଆଗେଇ ଚାଲିଥିଲା।ହେଲେ ସରକାର ଙ୍କ ଅବହେଳା ଓ ପ୍ରଶାସନ ର ଆଢୁଆଳ ନୀତି ଯୋଗୁଁ କ୍ରମଶଃ ତାହା ୬୩ଜଣ କୁ ହ୍ରାସ ପାଇଥିଲା।ଏହାପରେ ଓଡିଶା ସରକାର ସୁତା ,ବିକ୍ରି ପାଇଁ ସୁବିଧା ଯୋଗାଇ ନ ଦେବାରୁ ଦୋଦୋ ମାନ ସ୍ଥିତିକୁ ପହଂଚି ଥିଲା।ଘୋର ଅସୁବିଧା ଭିତରେ ଘାଣ୍ଟି ହୋଇ ବୁଣାକାର ମାନେ ଏହିବୃତ୍ତି ପ୍ରତି ମୁହଁ ବୁଲାଇଥିଲେ।ହାତ ଗଣତି ୫-୬ଜଣ ବୁଣାକାର ଛତିଶଗଡ଼ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥିଲେ।ଛତିଶଗଡ଼ ରୁ ସୁତା ଆଣି ସେଠାରେ ବୁଣା କପଡା କୁ ଶସ୍ତା ରେ ବିକ୍ରି କରି ନିଜ ବୃତ୍ତି କୁ ବଜାଇ ରଖିଛନ୍ତି।ତେବେ ପୁନଃ ସରକାର ଏହି ସେବାସମବାୟ ସମିତି କୁ ଜୀବିତ ରଖିବା ଉଦ୍ୟମ କରୁଥିବା ନେଇ ତାଲିମ ନେଉଥିବା ମହିଳା ଜୟନ୍ତୀ ମେହେର,ହେମାଲତା ମେହେର ,ଅହଲ୍ୟା ମେହେର,କଳ୍ପନା ମେହେର,ମେନକା ଭୋଇ,ଟିକମଣି ମେହେର,ରୁକ୍ମଣୀ ମେହେର ପ୍ରମୁଖ ଖୁସିବ୍ୟକ୍ତ କରିଛନ୍ତି।ଅନ୍ୟପଟେ ସମବାୟ ସମିତିର ଗୃହ ବହୁଦିନ ଧରି ଭାଙ୍ଗି ପଡିଥିବା ବେଳେ ତାର ନିର୍ମାଣ ଅଦ୍ୟାବଧି ହୋଇପାରିନାହିଁ।ଯାହା ଏବେ ଅନ୍ୟଲୋକ ଙ୍କ ଘରେ ବୁଣା ଯନ୍ତ୍ରପାତି ରଖି ତାଲିମ ନେଉଛନ୍ତି । ପ୍ରଶାସନ ତୁରନ୍ତ ଏହାପ୍ରତି ଦୃଷ୍ଟି ଦେବା କୁ ଦାବି କରନ୍ତି।

Post a Comment

Previous Post Next Post