ଜଳେଶ୍ବର,-୩୧.୦୩(ଜଗନ୍ନାଥ ଗୋଛାୟତ)କଥାରେ ଅଛି ରକ୍ତଦାନ ମହାପୁଣ୍ୟ କ୍ଷ ରକ୍ତ ଅଭାବରୁ କେହି ଯେମିତି ମୃତ୍ୟୁବରଣ ନ କରେ ସେଥିପାଇଁ ରାଜ୍ୟ ସରକାର ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ରକ୍ତ ଦାନ ଶିବିରମାନ ଆୟୋଜନ କରାଯାଉଛି । ଏହିପରି ଏକ ମହତ କାର୍ଯ୍ୟ ଆଜି ବାଲିଆପାଳ ବ୍ଲକ ଛୟାଳିଆତ୍ସିତ ବାସନ୍ତୀ ପୂଜା ମଣ୍ଡପ ନିକଟରେ ଦେଖିବାକୁ ମିଳିଥିଲା । ସାମାଜିକ ସଂଗଠନ ମେଁ ଆଇ ହେଲ୍ପ ୟୁ ମୋ ପରିବାର ବାଲିଆପାଳ ଶାଖା, ଛୟାଳିୟା ବାସନ୍ତୀ ପୂଜା କମିଟି ଏବଂ ରାଧାକୃଷ୍ଣଜିୟୁ ଟ୍ରଷ୍ଟର ମିଳିତ ଉଦ୍ୟମରେ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଙ୍ଘ ବାଲେଶ୍ୱରର ସମ୍ପାଦକ ପ୍ରତାପ କୁମାର ପାତ୍ର ଏବଂ ବାଲେଶ୍ୱର ରକ୍ତ ଦାତା ସଙ୍ଘର ସଭାପତି କୋମଳ ଲୋଚନ ଚକ୍ରବର୍ତ୍ତି ମିଳିତ ଭାବେ ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ୮୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ବାଲେଶ୍ୱର ରକ୍ତ ଭଣ୍ଡାରର ଡ.ମହେଶ ବିଶ୍ୱାଳ ରକ୍ତ ଦାତା ମାନଙ୍କର ରକ୍ତ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ବିଜୟ ନନ୍ଦୀ,ଜ୍ୟୋତିଷ ପ୍ରଧାନଙ୍କ ସମେତ ବାଲେଶ୍ୱର ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ସାମ୍ବାଦିକ ଉମାକାନ୍ତ ନାୟକ,ପଙ୍କଜ ସାହୁ ଓ ସାମାଜିକ ସଂଗଠନ ମେଁ ଆଇ ହେଲ୍ପ ୟୁ ମୋ ପରିବାର ର ପ୍ରତିଷ୍ଠାତା ଜଗନ୍ନାଥ ପରିଡା, ବାଲିଆପାଳ ଶାଖାର ସଭାପତି ରାଜକିଶୋର ପାତ୍ର, କୋଷାଧକ୍ଷ ଜୟନ୍ତ ହଟେଇ, ଶାଖାର ସଦସ୍ୟ ସୁଶୀଲ ରାଉତ, ଭକ୍ତିପଦ ରାଉତ, ଜ୍ୟୋତିରଞ୍ଜନ ପଟ୍ଟାୟତ, ଫଗୁ ହେମ୍ବ୍ରମ, ଶୁଭମ ମହାନ୍ତି, ହିମାଂଶୁ ସାହୁ, ରାଧାକୃଷ୍ଣ ଜିୟୁ ଟ୍ରଷ୍ଟର ସଭାପତି ତ୍ରିଲୋଚନ କର, ସମ୍ପାଦକ ଅଶୋକ ମଣ୍ଡଳ, ସଦସ୍ୟ ବ୍ରହ୍ମାନନ୍ଦ କର, ଅନନ୍ତ ହଟେଇ, ପରେଶ ସାମନ୍ତ, ଯଦୁନାଥ କର ଏବଂ ଛୟାଳିୟା ବାସନ୍ତୀ ପୂଜା କମିଟି ପକ୍ଷରୁ ନଗେନ୍ଦ୍ର ମହାନ୍ତି, ନିରଞ୍ଜନ ହଟେଇ, ବାବୁଧର ମଣ୍ଡଳ, ବିରେନ ମଣ୍ଡଳ, ମନୋରଞ୍ଜନ କର, କୃତ୍ତିବାସ ମୈକାପ ଆଦି ପ୍ରମୁଖ ପରିଚାଳନା କରିଥିଲେ ।

Post a Comment