ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୦ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାର ଏମଡ଼ିଏମ ଟ୍ରାନ୍ସପୋର୍ଟର ଏଜେଣ୍ଟ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ହେଲେ ଦୀର୍ଘକିଛି ବର୍ଷ ହେଲା ଏହି ଏମଡ଼ିଏମ ଟେଣ୍ଡର ପ୍ରକ୍ରିୟାରେ ଫିକ୍ସିଂ ହୋଇଆସୁଥିଲା । ଏହାସତ୍ତ୍ବେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ । ଶିକ୍ଷାଧିକାରୀ ପୂର୍ବରୁ ଟେଣ୍ଡର ପାଇଆସୁଥିବା ଏଜେଣ୍ଟଙ୍କୁ ଅନୁକମ୍ପା ଦେଖାଇ ସମ୍ପୂର୍ଣ୍ଣ ଆବେଦନ ପ୍ରକ୍ରିୟାକୁ ହିଁ ବଦଳାଇ ଦେଇଥିଲେ । ଯେଉଁଥିରେ ଉକ୍ତ ଆବେଦନକାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଅଯୋଗ୍ୟ ଘୋଷିତ ହେବେ। ସେଥିପାଇଁ ଟେଣ୍ଡର ପ୍ରକ୍ରିୟାରେ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବୃଦ୍ଧି କରି ୧ କୋଟି କରିଦିଆଯାଇଥିଲା । ଯାହା ଏନଏସ୍ସି କିମ୍ବା ଟିଡ଼ିଆର ଆକାରରେ ପ୍ରଦାନ କରିବାକୁ କୁହାଯାଇଥିଲା। ହେଲେ ଏହି ଟେଣ୍ଡର ପ୍ରକ୍ରିୟାରେ ଅନ୍ୟ ଜିଲ୍ଲା ଗୁଡ଼ିକରେ ଇଏମଡ଼ି ୩ଲକ୍ଷରୁ ୫ଲକ୍ଷ ମଧ୍ୟରେ ରହିଥିବା ବେଳେ ବ୍ୟାଙ୍କ ଗ୍ୟାରେଣ୍ଟି ସର୍ବାଧିକ ୩୦ଲକ୍ଷ ଟଙ୍କା ରହିଥିଲା । କିନ୍ତୁ ବଲାଙ୍ଗିରରେ ସିଧାସଳଖ ୧ କୋଟି ଟଙ୍କାର ଗ୍ୟାରେଣ୍ଟି ମଗାଯିବା ସମସ୍ତଙ୍କୁ ଚକିତ କରିଥିଲା। ସେହିପରି ଗତ ଦୁଇବର୍ଷ ତଳର ଅର୍ଥାତ ୨୦୧୯-୨୦ ମସିହାରେ ଜିଲ୍ଲାର ଏମଡ଼ିଏମ ଟେଣ୍ଡରରେ ଇଏମଡ଼ି ୫ଲକ୍ଷ ଟଙ୍କା ଦେବାକୁ କୁହାଯିବା ସହ ୪୦ଲକ୍ଷ ଟଙ୍କାର ସୋଲଭେନ୍ସି ସାର୍ଟିଫିକେଟ(ସମ୍ପରି ମୂଲ୍ୟର ପ୍ରମାଣପତ୍ର) ଦେବାକୁ କୁହାଯାଇଥିଲା। ହେଲେ ଦୁଇବର୍ଷ ପରେ ଜିଲ୍ଲା ଶିକ୍ଷା ବିଭାଗ ଏକାଥରକେ ୬୦ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ପରିମାଣ ବୃଦ୍ଧି କରିବା ପଛରେ ଟେଣ୍ଡର ଫିଙ୍ଗି ବାରି ହେଉଥିଲା। ଏନେଇ ବାରମ୍ବାର ଖବର ପ୍ରକାଶ ପାଇବା ଏବଂ ହାଇକୋର୍ଟରେ ମାମଲା ପରେ ତାକୁ ବାତିଲ କରାଯାଇଛି । ବଲାଙ୍ଗିର ଏବଂ ପାଟଣାଗଡ଼ ଉପଖଣ୍ଡର ଟେଣ୍ଡରରେ ଇମଏଡ଼ି ୩ଲକ୍ଷ ଏବଂ ଗ୍ୟାରେଣ୍ଟି ୨୦ଲକ୍ଷ ଥିବାବେଳେ ଟିଟିଲାଗଡ଼ ଉପଖଣ୍ଡର ଟେଣ୍ଡରରେ ଇମଏଡ଼ି ୪ଲକ୍ଷ ଏବଂ ଗ୍ୟାରେଣ୍ଟି ୩୦ଲକ୍ଷ କରାଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟକ ଆବେଦନକାରୀ ଆସିବେ ଏବଂ ଟେଣ୍ଡର ପ୍ରକ୍ରିୟାରେ ପ୍ରତିଯୋଗିତା ହୋଇ ସ୍ଵଚ୍ଛ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଶା ପ୍ରକାଶ ପାଇଛି। ଏନେଇ ଗତ ସେପ୍ଟେମ୍ବର ୬ତାରିଖରେ ଚିଠି ସଂଖ୍ୟା ୩୨୩/ଏମଡ଼ିଏମ କ୍ରମେ ବିଜ୍ଞପ୍ତି ପ୍ରକାଶ ପାଇଛି ଅପରପକ୍ଷେ କେବଳ ଟେଣ୍ଡର ବାତିଲ କରି ପ୍ରଶାସନ ହାତ ଝାଡ଼ିଦେବା ବଦଳରେ ଫିକ୍ସିଂ କରିଥିବା ଅଧିକାରୀ ଏବଂ କିରାଣୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି
Post a Comment