ଅସହାୟ ପରିବାର କୁ ସହାୟତା ର ହାତ ବଢାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ


ଜଳେଶ୍ବର ୧୨/୦୩ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ସତରେ ଭଗବାନ କଣ ଏତେ ନିଷ୍ଠୁର ପାଲଟି ଯାଇଛନ୍ତି। ଯେପରି ଦୁଃଖ ବନ୍ଧୁ ବାନ୍ଧି ଦେଇଛି ଦୁଃଖ ଛାଡି ଯିବା ପାଇଁ ପ୍ରସ୍ତୁତ ନୁହେଁ ଏହି ପରିବାରକୁ। ବୃଦ୍ଧ ବାପା ସିତାଂଶୁ ମାଇତି ଆଜି ଅନେକ ଦିନ ଦରି ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ଓ ବୃଦ୍ଧା ମାଆ ଅନ୍ନପୂର୍ଣ୍ଣା ମାଇତି ବୟସ ୫୭ ଏକ ମାତ୍ର ଝିଅ କୁ ଧରି ଆଖିରୁ ଲୁହ ଗଡାଇବା ଛଡ଼ା କିଛି ଚାରା ନାହିଁ କାରଣ ଝିଅ ଟୁନ ଟୁନ ବିକଳାଙ୍ଗ।। ବୃଦ୍ଧା ମାଆ ପରିବାକୁ ପ୍ରତି ପୋଷଣ କରିବା ପାଇଁ ଭିକ୍ଷା ବୃତ୍ତି କୁ ଆପଣାଇ ନେଇଛନ୍ତି । ଗୋଟିଏ ଓଳି ଚୁଲି ଜଳୁଛି ତ ଆଉ ଗୋଟିଏ ଓଳି ଭୋକିଲା ରହିବାକୁ ପଡୁଛି । ଏହି ଘଟଣାଟି ବାଲେଶ୍ଵର ଜିଲ୍ଲାର ଗୁଡୁ ପଞ୍ଚାୟତ ର ଗୁଡୁପାହି ଗ୍ରାମର। ହେଲ୍ପ ଫର ୟୁ ଫାଉଣ୍ଡେସନ କୁ ସେଠାକାର ଗ୍ରାମବାସୀ ଅବଗତ କରାଇଲା ପରେ , ଜନସେବା କୁ ମହାନ ବ୍ରତ ବୋଲି ଭାବି ସଙ୍ଗଠନ ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ବାପା ଓ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦଶ ହଜାର, କିଛି ମାସର ରେସନ ସାମଗ୍ରୀ ପରିବାରକୁ ନୂତନ ବସ୍ତ୍ର ପ୍ରଦାନ ସହିତ ପନିପରିବା ମଧ୍ୟ ଦିଆ ଯାଇଛି ।ସତରେ ଏହି ଭାଇ ମାନଙ୍କର ମହାନତା ପଣିଆ ଜୀବନର ମୂଲ୍ୟ ବୋଧତାକୁ ବୁଝାଇ ଦେଉଛି ଯେ ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ।ଏହି ମହାନ କାର୍ଯ୍ୟ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି।

Post a Comment

Previous Post Next Post