ବାରମ୍ବାର ଅଭିଯୋଗ ପରେ ପାଣୀ ନିଷ୍କାସନର ବାଟ ଫିଟିଲା


ଜଳେଶ୍ବର (ଜଗନ୍ନାଥ ଗୋଛାୟାତ) ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ୨୮ ଗ୍ରାମ ପଞ୍ଚାୟତ ର ଲୋକଙ୍କ ଜୀବିକା ହେଉଛି ଧାନ, ପାନ ଓ ମୀନ । ବିଶେଷ କରି ଦକ୍ଷିଣ ବାଲିଆପାଳ ରେ ପାନ ଲୋକଙ୍କ ମୁଖ୍ୟ ଜୀବିକା ରହିଥିବା ବେଳେ ଉତ୍ତର ବାଲିଆପାଳ ର ଧାନ ଚାଷ ହେଉଛି ମୁଖ୍ୟ ଜୀବିକା । ସାଉଡି, କୁଣ୍ଡୁଳି, ବଣିଆଡିହା, ବାଲିକୁଟି, ବଳରାମପୁର, ଦେଉଳା, ମଧୁପୁରା ଆଦି ଗ୍ରାମ ପଞ୍ଚାୟତ ବାସୀଙ୍କ ଦୁଃଖ ହେଉଛି ପାଣୀ ନିଷ୍କାସନ । କୋଷ୍ଟ କେନାଲ କୁ ଚାଷ ଜମିରୁ ପାଣୀ ନିଷ୍କାସନ ପାଇଁ ମଧୁପୁରା ପୋଲ ପାଖରେ ଏକ ସତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା, ସେହି ରାସ୍ତାଟିକୁ ଜଣେ ଜୈନିକ ବ୍ୟକ୍ତି ମାଟି ପକାଇ ଜଳ ନିଷ୍କାସନ ର ବାଟ ବନ୍ଦ କରିବା ସହିତ ଅବରୋଧ କରି ରଖିଥିଲା । ଏ ବାବଦରେ କିଛି ଚାଷୀ ଭାଇ ଓ ଦେଉଳା ଏବଂ ମଧୁପୁରା ସରପଞ୍ଚ ବ୍ଲକ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ପରେ ଆଜି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଙ୍କ ତତ୍ୱାବଧାନ ରେ ମଧୁପୁରା ଓ ବାଲିଆପାଳ ଆର ଆଈ ଙ୍କ ମିଳିତ ଉପସ୍ଥିତିରେ ଉକ୍ତ କୋଷ୍ଟ କେନାଲ କୁ ଜେସିବି ମାଧ୍ୟମରେ ପୁନରାବୃତ୍ତି କରି ଚାଷୀମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଅଭିଯୋଗ କାରି ମଧୁପୁରା ସରପଞ୍ଚ ଙ୍କ ପ୍ରତିନିଧି, ବ୍ଲକ ସଦସ୍ୟ ଓ ଦେଉଳା ସରପଞ୍ଚ ଉଛେଦ ସମୟରେ ଉପସ୍ଥିତ ଥିଲେ । ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଙ୍କ ଏଭଳି ଗରୁତ୍ବପୁର୍ଣ କାମ ତୁରନ୍ତ ପଦକ୍ଷେପ ପାଇଁ ଚାଷୀମାନଙ୍କ ପାଖରୁ ପ୍ରସଂସାର ସୁଅ ଛୁଟିଛି ।

Post a Comment

Previous Post Next Post