ନାମ୍ପୋ ବଜାର ଉପରେ ସରକାରୀ ଜାଗାରେ ସ୍ଥାୟୀ ପକ୍କା ଘର ନିର୍ମାଣ କରି ଭଡା ସୂତ୍ରେ ବ୍ୟବସାୟ ସଂସ୍ଥାକୁ ପ୍ରଦାନ


ଜଳେଶ୍ୱର ୨୭/୩ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ତହସିଲ ଅନ୍ତର୍ଗତ ନାମ୍ପୋ ବଜାର ଉପରେ ସରକାରୀ ଜାଗାରେ ସ୍ଥାୟୀ ପକ୍କା ଘର ନିର୍ମାଣ କରି ଭଡା ସୂତ୍ରେ ବିଭିନ୍ନ ବ୍ୟବସାୟ ସଂସ୍ଥାକୁ ପ୍ରଦାନ କରାଯାଇଛି ବୋଲି ଗୋପାଳ କୃଷ୍ଣ ଜେନା, ସେକ କମିରୁଦ୍ଦିନ, ଅକ୍ଷୟ କୁମାର ଜେନା,ଦୀପୁ ସିଂ, କେଦାର ନାଥ ବାରିକ ପ୍ରମୁଖ ବାଲେଶ୍ବର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ ପାଣିଗ୍ରାହୀ ମୌଜାରେ ଥିବା ୧୮୮,୩୩୯,୩୪୦,୩୪୧,୩୪୨ ପ୍ଲଟ ନମ୍ବର ଗୋଚର କିସମ ଅଟେ।ମାତ୍ର କେତେକ ବ୍ୟକ୍ତି ସେହି ଗୋଚର ଜମି ଉପରେ ସ୍ଥାୟୀ ପକ୍କା ଘର ନିର୍ମାଣ କରି ସେଠାରେ ନିଜେ ନିଜର ବ୍ୟବସାୟ କରିବା ସହିତ ଭଡା ସୂତ୍ରେ ଅନ୍ୟ ବ୍ୟବସାୟୀ ମାନଙ୍କୁ ପ୍ରଦାନ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି।

Post a Comment

Previous Post Next Post